ବଢ଼ିଲା କଟକଣା, ଅନ୍ତର୍ଜାତୀୟ କମର୍ସିଆଲ ଉଡ଼ାଣ ଉପରେ ରୋକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ବଢ଼ିଲା କଟକଣା, ଅନ୍ତର୍ଜାତୀୟ କମର୍ସିଆଲ ଉଡ଼ାଣ ଉପରେ ରୋକ୍

ନୂଆଦିଲ୍ଲୀ: ଘନଉଛି କରୋନାର ତୃତୀୟ ଲହର ଆଶଙ୍କା। ପୁଣି ଦେଶରେ ବଢ଼ୁଛି ସଂକ୍ରମିତ ମାମଲା। ଏବେ ଦୈନିକ ୪୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ  ପୁଣି ବଢ଼ାଇଛନ୍ତି।

ନୂଆ ସେଡ୍ୟୁଲ ଅନୁଯାୟୀ ଅନ୍ତର୍ଜାତୀୟ କମର୍ସିଆଲ ଫ୍ଲାଇଟ୍‌ ଉପରେ ରୋକ ଲଗାଯାଇଛି। ଭାରତକୁ ଓ ଭାରତରୁ କମର୍ସିଆଲ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି। ତେବେ ଅନ୍ତର୍ଜାତୀୟ କାର୍ଗୋ ବିମାନ ଉଡ଼ାଣ ଉପରେ କୌଣସି ପ୍ରତିବନ୍ଧିକ ନାହିଁ। ସ୍ୱତନ୍ତ୍ର ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିବ ବୋଲି ଡିଜିସିଏ ଟୁଇଟ୍‌ କରି ସୂଚନା ଦେଇଛି। ଏଥିସହ ଡିଜିସିଏ ଦ୍ୱାରା ସ୍ପେଶାଲ ଅନୁମତି ମିଳିଥିବା ବିମାନ ଉଡାଣ ଉପରେ ମଧ୍ୟ ରୋକ ଲାଗିବ ନାହିଁ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ମାର୍ଚ୍ଚ ୨୦୨୦ରେ ପୂରା ଦେଶରେ ୨୧ ଦିନିଆ ଲକଡାଉନ୍‌ ଲାଗୁ ହୋଇଥିଲା। ସେହି ସମୟରେ ଟ୍ରେନ୍‌, ବିମାନ ଉଡାଣ ସମେତ ସମସ୍ତ ସର୍ଭିସକୁ ୨ ମାସ ପାଇଁ ବନ୍ଦ କରିଦିଆଯାଇଥିଲା। ମେ’ ମାସରେ ପୁଣିଥରେ ବିମାନ ସେବା ଆରମ୍ଭ ହୋଇଥିଲା। ଏଥିରେ କେବଳ ଡୋମେଷ୍ଟିକ୍‌ ଏୟାର ସର୍ଭିସକୁ ହିଁ ମଂଜୁରୀ ମିଳିଥିଲା, ଅନ୍ତର୍ଜାତୀୟ ବିମାନ ସେବା ବର୍ତ୍ତମାନ ଯାଏଁ ବନ୍ଦ ରହିଛି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ବାୟୋ ବବଲ ଜରିଆରେ ସଂଯୋଗ ଜାରି ରହିଛି।

The post ବଢ଼ିଲା କଟକଣା, ଅନ୍ତର୍ଜାତୀୟ କମର୍ସିଆଲ ଉଡ଼ାଣ ଉପରେ ରୋକ୍ appeared first on Odisha Reporter.



from Odisha Reporter https://ift.tt/3DBDtSn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages