ଅର୍ଥ ସାଜିଲା ବାଧକ, ମୃତଦେହକୁ ଖଟିଆରେ ବୋହି ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 12, 2021

ଅର୍ଥ ସାଜିଲା ବାଧକ, ମୃତଦେହକୁ ଖଟିଆରେ ବୋହି ନେଲେ

ଫୁଲବାଣୀ(ତ୍ରିନାଥ ସାହୁ): ମୃତଦେହ ଘରକୁ ନେବାକୁ ଅର୍ଥ ସାଜିଲା ବାଧକ । ଆମ୍ବୁଲାନ୍ସ ଭଡ଼ା ଦେବାକୁ ସମର୍ଥ ନ ହେବାରୁ ପରିବାର ଲୋକ ମହିଳାଙ୍କ ମୃତଦେହକୁ ଏକ ଖଟିଆରେ ବୋହି ଘରକୁ ନେଇଛନ୍ତି। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡ଼ା ଅଞ୍ଚଳରେ ଘଟିଛି ।

ସୂଚନା ଅନୁସାରେ, ଗୋଚ୍ଛାପଡ଼ା ମୁଣ୍ଡାପଦର ନିବାସୀ ଦିଲୀପ ବରିହାଙ୍କ ପତ୍ନୀ ସରୋଜିନୀ ବରିହାଙ୍କ ଦେହ ଖରାପ ହେବାରୁ  ପରିବାର ଲୋକେ ତାଙ୍କୁ ପ୍ରଥମେ ଗୋଚ୍ଛାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।   ମୃତଦେହକୁ ଘରକୁ ନେବା ପାଇଁ  ଆମ୍ବୁଲାନ୍ସ ଯୋଗାଇ ଦେବାକୁ ପରିବାର ଲୋକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ନିବେଦନ କରିଥିଲେ । କିନ୍ତୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବବାହକ ବ୍ୟବସ୍ଥା ନଥିବାରୁ ମୃତକଙ୍କ ପରିବାରକୁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୌଣସି ଗାଡ଼ି ଦିଆଯାଇନଥିଲା  ।

ତେଣୁ ବାଧ୍ୟ ହୋଇ ପରିବାର ଲୋକ   ବାହାର ଗାଡ଼ି ଭଡ଼ାରେ ନେବା ପାଇଁ ବୁଝାବୁଝି କରିବାରୁ ଗାଡ଼ି ମାଲିକ ଭଡ଼ା ବାବଦକୁ ପ୍ରାୟ ୫ ହଜାର ଟଙ୍କା ଦାବି କରିଥିଲେ। ଘର ଲୋକ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ  ।

ଶେଷରେ ଘରୁ ଏକ ଖଟିଆ ଆଣି  ମହିଳାଙ୍କ ମୃତଦେହକୁ ଗ୍ରାମର କିଛି ଯୁବକଙ୍କ ସହାୟତାରେ ପ୍ରାୟ ୧ କିଲୋମିଟର ରାସ୍ତା ବୋହି ନିଜ ଘରକୁ ନେଇ ଶବ ସତ୍କାର କରିଥିବା ଜଣାପଡ଼ିଛି  । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନି।

ସୂଚନାଯୋଗ୍ୟ, ମୃତଦେହକୁ ସମ୍ମାନ ଜଣାଇବାକୁ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିବା ସତ୍ତ୍ୱେ ତାହା ଫଳପ୍ରଦ ହୋଇପାରୁନି। ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ତଥା ହେୟଜ୍ଞାନ ଯୋଗୁ ମୃତଦେହକୁ ବୋହି ମାଇଲ ମାଇଲ ବାଟ ଯିବାକୁ ବାଧ୍ୟ ହେଉଛନ୍ତି ପରିବାର ଲୋକ ।

The post ଅର୍ଥ ସାଜିଲା ବାଧକ, ମୃତଦେହକୁ ଖଟିଆରେ ବୋହି ନେଲେ appeared first on Odisha Reporter.



from Odisha Reporter https://ift.tt/3CNwchU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages