ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ଛାତି ଥରାଇ ଦେବା ଭଳି ଘଟଣା ଘଟିଛି। ଗୋଟିଏ ଛୋଟିଆ ଘଟଣା ପାଇଁ ଜଣେ ୩୮ ବର୍ଷୀୟ ମହିଳାଙ୍କୁ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ନାବାଳକ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛି। ମହିଳାଙ୍କ ୪ ବର୍ଷ ପିଲାଟି ପଡ଼ୋଶୀଙ୍କ ଘର ଆଗରେ କେବଳ ପରିସ୍ରା କରି ଦେଇଥିଲା। ଏହି କାରଣରୁ ନାବାଳକ ଜଣଙ୍କ ଶିଶୁଟିର ମା’ଙ୍କ ଜୀବନ ନେଇ ଯାଇଛି। ଉତ୍ତର ପୂର୍ବ ଦିଲ୍ଲୀର ଅମନ ବିହାର ଠାରେ ଏପରି ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, ୪ ବର୍ଷୀୟ ଶିଶୁଟି କିଛି ଦିନ ତଳେ ଅଜ୍ଞାତବଶତଃ ପଡ଼ୋଶୀଙ୍କ ଘର ଆଗରେ ପରିସ୍ରା କରି ଦେଇଥିଲା। ଏହି କାରଣରୁ ମା’ ସାବିତ୍ରୀ ରାଣାଙ୍କ ସହ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ପରିବାରର ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ଅଭିଯୁକ୍ତ ନାବାଳକ ଜଣଙ୍କ ମଧ୍ୟ ସାବିତ୍ରୀଙ୍କ ସହ ଝଗଡ଼ା କରିଥିଲା।
ତେବେ ଅନ୍ୟ ପଡ଼ୋଶୀ ଓ ସ୍ଥାନୀୟ ଦୋକାନୀମାନେ ଏହି ଛୋଟ ଘଟଣାକୁ ନେଇ କାହିଁକି ପାଟିତୁଣ୍ଡ କରୁଛନ୍ତି ବୋଲି କହିବା ସହ ଝଗଡ଼ାର ସମାଧାନ କରିଥିଲେ। ଏହାପରେ ସବୁ କିଛି ଠିକ୍ଠାକ ହୋଇ ଯାଇଥିଲା। କିନ୍ତୁ ଅଗଷ୍ଟ ୧୧ ତାରିଖ ରାତି ପ୍ରାୟ ୧୧.୩୦ରେ ଘଟିଥିଲା ଅଘଟଣା।
ପଡ଼ୋଶୀଙ୍କ ଘରେ ରହୁଥିବା ନାବାଳକ ଜଣଙ୍କ ହଠାତ୍ ଗୋଟିଏ ରେଜର ଧରି ସାବିତ୍ରୀଙ୍କ ଘରେ ପହଞ୍ଚିଥିଲା। ସାବିତ୍ରୀ କିଛି ବୁଝିବା ଆଗରୁ ସେ ତାଙ୍କୁ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ନାବାଳକ ଜଣଙ୍କ ରେଜର୍ରେ ସାବିତ୍ରୀଙ୍କ ଶରୀରର ଏକାଧିକ ଅଂଶକୁ କାଟି ପକାଇବା ସହ ତାଙ୍କୁ ମାଡ଼ ମାରିଥିଲା। ଗୁରୁତର ଅବସ୍ଥାରେ ସାବିତ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ୍ କହିଛି।
ଘଟଣା ପରେ ପୁଲିସ୍ ଅଭିଯୁକ୍ତ ନାବାଳକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
The post ୪ ବର୍ଷର ଶିଶୁ ଘର ଆଗରେ ପରିସ୍ରା କରିଦେବାରୁ ମା’ଙ୍କୁ ହତ୍ୟା appeared first on Odisha Reporter.
from Odisha Reporter https://ift.tt/3AFAplO
No comments:
Post a Comment