ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 12, 2021

ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ସରକାର

ମୁମ୍ବାଇ: ସ୍କୁଲ ଖୋଲିବା କ୍ଷଣି ପଞ୍ଜାବ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀମାନେ କରୋନାରେ ଆକ୍ରାନ୍ତ ହେଉଥିବା ଖବର ମିଳିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସ୍କୁଲ ଖୋଲିବା ଉପରେ ନେଇଥିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। ରାଜ୍ୟର କୋଭିଡ ଟାସ୍କ ଫୋର୍ସର ପରାମର୍ଶକ୍ରମେ ସରକାର ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବ ନାହିଁ ବୋଲି କହିଛନ୍ତି।

ଅଗଷ୍ଟ ୧୦ ତାରିଖରେ ମହାରାଷ୍ଟ୍ର ସରକାର ଅଗଷ୍ଟ ୧୭ରୁ ସ୍କୁଲ ଖୋଲିବ ବୋଲି ଘୋଷଣା କରିଥିଲେ। ଗ୍ରାମାଞ୍ଚଳରେ ୫ମରୁ ଦ୍ୱାଦଶ ଓ ସହାରାଞ୍ଚରେ ୮ରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଆସି କ୍ଲାସ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ବିସ୍ତୃତ ଏସ୍‌ଓପି ମଧ୍ୟ ଲାଗୁ କରାଯାଇଥିଲା।

ତେବେ ଗୁରୁବାର ସନ୍ଧ୍ୟାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ବଦଳାଇବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା। ଆଗକୁ କରୋନାର ସମ୍ଭାବ୍ୟ ତୃତୀୟ ଲହର ଆସିବାକୁ ଥିବାରୁ ଟାସ୍କ ଫୋର୍ସ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ କହିଥିଲା। ଏହାକୁ ଆଧାର କରି ରାଜ୍ୟ କ୍ୟାବିନେଟ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛି।

ସୂଚନା ଅନୁସାରେ, ବୁଧବାର ଶିକ୍ଷା ବିଭାଗ ଓ ଟାସ୍କ ଫୋର୍ସ ମଧ୍ୟରେ ବୈଠକ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଉପସ୍ଥିତ ରହିଥିଲେ। ଟାସ୍କ ଫୋର୍ସର ଜଣେ ସଦସ୍ୟ କହିଥିଲେ ଯେ ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ହୋଇନାହିଁ। ତେଣୁ ସେମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି।

ଆଗକୁ ତୃତୀୟ ୱେଭ ମଧ୍ୟ ଆସିବ, ତେଣୁ ସ୍କୁଲ ଖୋଲିବା ଠିକ ହେବନାହିଁ। ଏହାବାଦ ସବୁ ସ୍କୁଲରେ ତାପମାତ୍ରା ଚେକ କରିବା, ମାସ୍କ ପରିନ୍ଧାନ କରିବା, ସିଟ୍‌ ଆରେଞ୍ଜ ମେଣ୍ଟ, ସାବୁନ ଓ ସାନିଟାଇଜରର ବ୍ୟବସ୍ଥା ଠିକ୍‌ ଭାବେ ହୋଇନାହିଁ। ସେହିପରି ସ୍କୁଲ କର୍ମଚାରୀଙ୍କ ତାଲିମ ମଧ୍ୟ ଶେଷ ହୋଇନାହିଁ। ଏହି କାରଣରୁ ଟାସ୍କ ଫୋର୍ସ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇବାକୁ କହିଥିଲା।

ଅନ୍ୟପକ୍ଷରେ ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ପ୍ରସ୍ତାବ ପାରିତ କରିଥିବା ବେଳେ ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡ ଏ ସମ୍ପର୍କରେ ଅବଗତ ନାହାନ୍ତି। ସେ କହିଛନ୍ତି, ଆମେ ଅନ୍ଧ ଭାବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇ ନଥିଲୁ। ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ଓ ପୌରପାଳିକା ଅଧିକାରୀଙ୍କ ଉପରେ ଛାଡ଼ିଥିଲୁ। ଟାସ୍କ ଫୋର୍ସ ସହ ଆମର କୌଣସି ମତ ପାର୍ଥକ୍ୟ ନାହିଁ।

ଆମେ ଆରମ୍ଭରୁ ଆଇନଶୃଙ୍ଖଳା ପରିସ୍ଥିତ ସହ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଇ ଆସୁଛୁ। ତେଣୁ ମୁଁ ସରକାର କ’ଣ ନିଷ୍ପତ୍ତି ନେଇଛନ୍ତି, ସେ ସମ୍ପର୍କରେ ଅଧିକ ସୂଚନା ହାସଲ କରିବା ପରେ ପ୍ରତିକ୍ରିୟା ଦେବି ବୋଲି ବର୍ଷା କହିଛନ୍ତି।

The post ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ସରକାର appeared first on Odisha Reporter.



from Odisha Reporter https://ift.tt/3jQWl6D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages