ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମାୟାନଗରୀ ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇ ରାତାରାତି ଚର୍ଚ୍ଚାକୁ ଚାଲି ଆସିଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ କଣ୍ଟା ସାଜିଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲ୍କୁ ଜବତ କରାଯାଇଛି ।
ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସ୍ଏଫ୍ ପ୍ରୋଟକଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜବତ କରି ନିଆଯାଇଥିବା ସିଆଇଏସ୍ଏଫ୍ କହିଛି। ସେ ଯେପରି ଗଣମାଧ୍ୟମ ସହ ଆଉ କୌଣସି କଥା ହୋଇ ନ ପାରିବେ, ସେଥିଲାଗି ତାଙ୍କ ମୋବାଇଲ୍କୁ ନିଆଯାଇଛି ବୋଲି ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଟାଇଗର-ଥ୍ରୀ ଫିଲ୍ମ ସୁଟିଂ ପାଇଁ ସଲମାନ ନିଜ ଟିମ୍ ସହ ଋଷ ଯାଉଥିବାବେଳେ ସୋମନାଥ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇଥିଲେ । କେବଳ ସେତିକି ନୁହେଁ, ସଲମାନଙ୍କୁ ଯାଞ୍ଚରେ ସହଯୋଗ କରିବାକୁ କହିଥିଲେ ସୋମନାଥ । ସଲମାନ ଖାନ ମଧ୍ୟ ମୁହଁରୁ ମାସ୍କ ଖୋଲି ଯାଞ୍ଚରେ ସହଯୋଗ କରିଥିଲେ। ଯାଞ୍ଚ ସରିବା ପରେ ବିମାନ ବନ୍ଦର ଭିତରକୁ ପ୍ରବେଶ କରିଥିଲେ ସଲମାନ ଖାନ୍ ଓ ତାଙ୍କ ପୂରା ଟିମ୍।
ସିଆଇଏସ୍ଏଫ୍ ଯବାନ ସୋମନାଥ ମହାନ୍ତିଙ୍କ ଏପରି କାର୍ଯ୍ୟଶୈଳୀକୁ ଖୁବ୍ ପ୍ରଶଂସା କରାଯାଇଥିବା ବେଳେ ତାହା ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପାସ୍ କରିବା ପରେ ୨୦୧୮ ମସିହାରେ CISFରେ ଯୋଗଦେଇଥିଲେ ସୋମନାଥ।
The post ସଲମାନଙ୍କୁ ଯାଞ୍ଚ କରିଥିବା ସୋମନାଥଙ୍କ ମୋବାଇଲ ଜବତ appeared first on Odisha Reporter.
from Odisha Reporter https://ift.tt/3DaY4MU
No comments:
Post a Comment