ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ, ୫ ବର୍ଷ ହେଲା ଫେରାର ଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 23, 2021

ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ, ୫ ବର୍ଷ ହେଲା ଫେରାର ଥିଲା

କଟକ (ଓଡ଼ିଶା ରିପୋର୍ଟର): କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଓରଫ ପ୍ରଦୀପ କୁମାର ସାହୁକୁ ଗିରଫ କରାଯାଇଛି। କଟକ ଅର୍ବାନ ପୁଲିସ୍ ତାକୁ ଗିରଫ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଟ୍ୱିନ୍ ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଦୀଲୁ ହେଉଛି ୨୦୧୬ ମସିହାର ବହୁ ଚର୍ଚ୍ଚିତ ଦୀପୁ ଓ ଓମ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ। ତା’ପରଠୁ ୫ ବର୍ଷ ହେଲା ସେ ଫେରାର ଥିଲା। କଟକ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ପେଶାଲ୍ ଟିମ୍‌ ଦୀଲୁକୁ ରାୟଗଡ଼ାରୁ ଗିରଫ କରିବାରେ ସଫଳ ହୋଇଛି।

ଦୀଲୁ ପାଖରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ପୁଲିସ୍ କମିଶନର କହିଛନ୍ତି।

ସେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୀଲୁ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଟେଣ୍ଡର କାମ ବୁଝାବୁଝି କରୁଥିଲା। ତା’ ନାଁରେ ଚାଉଳିଆଗଞ୍ଜ ଥାନାରେ ୪ଟି ମାମଲା ରହିଛି।

The post ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ, ୫ ବର୍ଷ ହେଲା ଫେରାର ଥିଲା appeared first on Odisha Reporter.



from Odisha Reporter https://ift.tt/3y7rCqT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages