ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଇଡି ସ୍କାନରରେ କୁବେର ପିଏସ୍। ବିରଞ୍ଚି ସାହୁଙ୍କ ଅର୍ଥ କାରବାର ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ଓ ଚାକିରି ଆଶାୟୀଙ୍କଠାରୁ ଅର୍ଥ ସଂଗ୍ରହ ନେଇ ତଥ୍ୟ ଉଗାରିବ ଇଡି। କେଉଁଠାରୁ ବିରଞ୍ଚି ଏତେ ଟଙ୍କା ଉପାର୍ଜନ କଲେ, ତାଙ୍କ ପାଖକୁ ଏତେ ଟଙ୍କା କେଉଁଠୁ ଆସିଲା ତାହାର ଖୋଳତାଡ଼ କରିବାକୁ ମାମଲା ହାତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
କୋଟି କୋଟି ଟଙ୍କାର ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କୁ ଗିରଫ କରିଥିଲା। ଏହପରେ ଗତକାଲି ଭିଜିଲାନ୍ସ ଟିମ୍ ଓଏସ୍ଏସ୍ସି କାର୍ଯ୍ୟାଳୟରେ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲା। ଏହାପରେ ତାଙ୍କୁ ୪ ଦିନିଆରା ରିମାଣ୍ଡରେ ନେଇଛି ଭିଜିଲାନ୍ସ। OSSC କାରବାର ସଂପର୍କରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିବ।
ସୂଚନା ଯୋଗ୍ୟ ଯେ, ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଗିରଫ ହୋଇଛନ୍ତି ବିରଞ୍ଚି। ତାଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ସେପଟେ ସୋମବାର ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର।
OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଅମାପ କଳାଧନ ପେଡ଼ିର ରହସ୍ୟ ଧୀରେ ଧୀରେ ଫିଟିବାରେ ଲାଗିଛି। ବିରଞ୍ଚି କୁଆଡ଼େ ଥିଲେ ଚାକିରି ବିକ୍ରିର ମାଷ୍ଟରମାଇଣ୍ଡ। ସୁରେନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ନିଯୁକ୍ତି ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ଏକଦା ଆନ୍ଦୋଳନ କରିଥିଲେ।
୨୦୦୮ରେ OSSC ଦ୍ୱାରା ପୋଲିସ ଏସ୍ଆଇ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟଙ୍କ ସେ ଦ୍ୱାରସ୍ଥ ହୋଇଥିଲେ। ଯେଉଁଥିରେ OSSCକୁ ନୋଟିସ ବି କରିଥିଲେ ଉଚ୍ଚ ନ୍ୟାୟାଳୟ। ଏମିତି ଏକାଧିକ ଆଶାୟୀ ଅନିୟମିତତା ଅଭିଯୋଗ ଆଣିଛନ୍ତି। ଏବେ ଭିଜିଲାନ୍ସ ଜାଲରେ ବିରଞ୍ଚି ଛନ୍ଦି ହେବା ପରେ ଚାକିରି ପ୍ରକ୍ରିୟାରେ କେଳେଙ୍କାରୀ ପଛର ସତ୍ୟ ସାମ୍ନାକୁ ଆସିବ ବୋଲି ସମସ୍ତେ ଆଶା ରଖିଛନ୍ତି।
The post ଇଡି ସ୍କାନରରେ କୁବେର ପିଏସ୍ appeared first on Odisha Reporter.
from Odisha Reporter https://ift.tt/3ftJwhi
No comments:
Post a Comment