ଆମାଜନ ଓ ଫ୍ଲିପକାର୍ଟକୁ ସୁପ୍ରିମକୋର୍ଟ ଝଟକା: ଚାଲିବ ସିସିଆଇ ତଦନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 9, 2021

ଆମାଜନ ଓ ଫ୍ଲିପକାର୍ଟକୁ ସୁପ୍ରିମକୋର୍ଟ ଝଟକା: ଚାଲିବ ସିସିଆଇ ତଦନ୍ତ

ନୂଆଦିଲ୍ଲୀ: ଅନଲାଇନ୍ ଶପିଂ କମ୍ପାନୀ ଆମାଜନ ଓ ଫ୍ଲିପକାର୍ଟକୁ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି। ସେମାନଙ୍କ ବିରୋଧରେ କମ୍ପିଟିସନ କମିଶନ ଅଫ ଇଣ୍ଡିଆ(ସିସିଆଇ) କରୁଥିବା ଆଣ୍ଟି ଟ୍ରଷ୍ଟ ତଦନ୍ତ ପୂର୍ବଭଳି ଜାରି ରହିବ ବୋଲି କୋର୍ଟ କହିଛନ୍ତି। ସିସିଆଇ ତଦନ୍ତ ଉପରେ ରୋକ ଲଗାଇବାକୁ ଏହି ଦୁଇ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଣ୍ଟି କମ୍ପିଟିସନ ଚୁକ୍ତିକୁ ଏମାନେ ଉଲ୍ଲଙ୍ଘନ କରିଥିବାରୁ ସେମାନଙ୍କ ବିରୋଧରେ ସିସିଆଇ ତଦନ୍ତ କରୁଛି। ଉଭୟ କମ୍ପାନୀ ତଦନ୍ତର ସମ୍ମୁଖୀନ ହେବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ବଡ଼ ବଡ଼ ଇ-କର୍ମସ କମ୍ପାନୀ ହିସାବରେ ଆମାଜନ ଓ ଫ୍ଲିପକାର୍ଟ ନିଜ ଆଡ଼ୁ ତଦନ୍ତରେ ସହଯୋଗ କରିବା କଥା। ହେଲେ ଏମାନେ ତଦନ୍ତକୁ ବିରୋଧ କରି ଆବେଦନ କରିବା ଆଶ୍ଚର୍ଯ୍ୟଜନକ। ଖଣ୍ଡପୀଠ ଏହାପରେ ଉଭୟ କମ୍ପାନୀକୁ ତଦନ୍ତରେ ସାମିଲ ହେବାକୁ ୪ ସପ୍ତାହର ସମୟ ଦେଇଛନ୍ତି।

ଏହାପୂର୍ବରୁ କର୍ଣ୍ଣାଟକା ହାଇକୋର୍ଟ ମଧ୍ୟ ଏହି ମାମଲାରେ ଦୁଇ କମ୍ପାନୀ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଥିଲେ। ଏହାପରେ ଉଭୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଖଣ୍ଡପୀଠ ଆଜି କହିଛନ୍ତି, ବର୍ତ୍ତମାନ ହାଇକୋର୍ଟ ଦେଇଥିବା ରାୟରେ ଆମେ କୌଣସି ପ୍ରକାରର ହସ୍ତକ୍ଷେପ କରିବୁ ନାହିଁ। ଏହି ଘଟଣାର ତଦନ୍ତ ହେବା ଉଚିତ। ଏଥିରେ ଦୁଇ କମ୍ପାନୀ ବି ସହଯୋଗ କରିବାକୁ ବାଧ୍ୟ।

ସୂଚନାଯୋଗ୍ୟ, ଦୁଇ କମ୍ପାନୀ ସେମାନଙ୍କ ଇ-ଫ୍ଲାଟଫର୍ମରେ କିଛି ନିର୍ଦ୍ଦିଷ୍ଟ କମ୍ପାନୀର ସାମଗ୍ରୀକୁ ପ୍ରମୋଟ କରୁଥିବା ଅଭିଯୋଗ ହୋଇଛି। କମ୍ପାନୀ ଉକ୍ତ କମ୍ପାନୀମାନଙ୍କୁ ବ୍ୟବସାୟିକ ଲାଭ ଦେବା ପାଇଁ ସବୁ କିଛି କରୁଥିବା ବେଳେ ଅନ୍ୟମାନଙ୍କ ପ୍ରତି ଅବହେଳା କରୁଥିବା ବ୍ରିକ ଆଣ୍ଡ ମୋର୍ଟାର ରିଟେଲର୍ସ ପକ୍ଷରୁ ଅଭିଯୋଗ କରାଯାଇଛି।

ତେବେ ଦୁଇ କମ୍ପାନୀ କୌଣସି ପ୍ରକାରର ବେଆଇନ କାମ କରି ନଥିବା ବାରମ୍ବାର କହିଥିଲେ। ସେହିପରି ଆଇନଗତ ପ୍ରକ୍ରିୟାକୁ କୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ।

The post ଆମାଜନ ଓ ଫ୍ଲିପକାର୍ଟକୁ ସୁପ୍ରିମକୋର୍ଟ ଝଟକା: ଚାଲିବ ସିସିଆଇ ତଦନ୍ତ appeared first on Odisha Reporter.



from Odisha Reporter https://ift.tt/3fNOnKf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages