ପାର୍ବଣ ଋତୁ ପାଇଁ ଗାଇଡଲାଇନ ଜାରି, ଜାଣନ୍ତୁ କେମିତି ହେବ ପୂଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 9, 2021

ପାର୍ବଣ ଋତୁ ପାଇଁ ଗାଇଡଲାଇନ ଜାରି, ଜାଣନ୍ତୁ କେମିତି ହେବ ପୂଜା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ଗାଇଡଲାଇନ। କରୋନାକୁ ଦୃଷ୍ଟିରେ ରଖି ସରକାର ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପଡ଼ୁଥିବା ବେଳେ ସରକାର ବିଭିନ୍ନ କଟକଣା ସହିତ ଗାଇଡଲାଇନ ଜାରି କରିଛନ୍ତି।

ଗାଇଡ୍‌ଲାଇନ୍‌ରେ କ’ଣ ରହିଛି ଚୁମ୍ବକରେ ଜାଣି ନିଅନ୍ତୁ

  • କଟକଣା ସହ ପୂଜା ଆୟୋଜନ ପାଇଁ ପୂଜା କମିଟି ଗୁଡ଼ିକୁ ଅନୁମତି
  • ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ନେବା ଜରୁରୀ
  • ଜିଲ୍ଲାରେ ଜିଲ୍ଲାପାଳ ଓ ଟୁଇନ ସିଟିରେ ସିପିଙ୍କ ଅନୁମତି ଆବଶ୍ୟକ
  • କେବଳ ପରମ୍ପରା ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା କରାଯିବ
  • କୌଣସି ସାଜସଜ୍ଜା ହୋଇପାରିବ ନାହିଁ
  • ମଣ୍ଡପକୁ ଶ୍ରଦ୍ଧାଳୁ ଆସି ପାରିବେ ନାହିଁ
  • ମଣ୍ଡପ ତିନି ପାର୍ଶ୍ୱରୁ ବନ୍ଦ ରହିବ। ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରହିବ
  • ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ
  • ମଣ୍ଡପରେ ପ୍ରତିମା ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ
  • ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ
  • ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ରହି ପାରିବେନି
  • ବିସର୍ଜନ ଶୋଭାଯାତ୍ରା ମନା, ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ
  • ମେଲୋଡ଼ି, ଭଜନ ସଂଧ୍ୟା ଭଳି କୌଣସି ମନୋରଂଜନ କାର୍ଯ୍ୟ ଆୟୋଜନ କରାଯାଇ ପାରିବ ନାହିଁ
  • ପୂଜାରେ ଭୋଜିଭାତ କରିବାକୁ ଅନୁମତି ନାହିଁ
  • ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ
  • ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି ମିଳିଛି
  • ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ହୋଇପାରିବ ଗଣେଶ ପୂଜା
  • ସମସ୍ତ କୋଭିଡ ନିୟମ ମାନି ଗଣେଶ ପୂଜା କରିବାକୁ ଅନୁମତି ଦିଆଯାଇଛି

The post ପାର୍ବଣ ଋତୁ ପାଇଁ ଗାଇଡଲାଇନ ଜାରି, ଜାଣନ୍ତୁ କେମିତି ହେବ ପୂଜା appeared first on Odisha Reporter.



from Odisha Reporter https://ift.tt/2VALQw0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages