ଭୋଡାଫୋନ-ଆଇଡିଆ ଫେଲ ମାରିଲେ ସରକାର ସହିବେ ୧.୬ ଲକ୍ଷ କୋଟିର କ୍ଷତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 9, 2021

ଭୋଡାଫୋନ-ଆଇଡିଆ ଫେଲ ମାରିଲେ ସରକାର ସହିବେ ୧.୬ ଲକ୍ଷ କୋଟିର କ୍ଷତି

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ଭୋଡାଫୋନ-ଆଇଡିଆ ଯଦି ବନ୍ଦ ହୋଇଯିବ, ତା’ହେଲେ ସରକାର କୋଟି କୋଟି ଟଙ୍କାର କ୍ଷତି ସହିବେ। ଏବେ ଏହି କମ୍ପାନୀ ଉପରେ ସ୍ପେକ୍ଟରମ ଓ ଏଜିଆର ଫି’ ବାବଦରେ ପ୍ରାୟ ୧.୬ ଲକ୍ଷ କୋଟି ଟଙ୍କା ବକେୟା ରହିଛି। କମ୍ପାନୀ କ୍ଷତି ଚାଲୁଥିବାରୁ ଟଙ୍କା ପୈଠ କରିବା ଭୋଡାଫୋନ-ଆଇଡି ପକ୍ଷେ ସମ୍ଭବ ନୁହେଁ। ତେଣୁ ଯଦି କମ୍ପାନୀ ବନ୍ଦ ହୋଇଯିବ, ତା’ହେଲେ ସରକାରଙ୍କ ବକେୟା ମଧ୍ୟ ବୁଡ଼ିଯିବ।

କମ୍ପାନୀ କ୍ଷତିରେ ଚାଲୁଥିବାରୁ କିଛି ଦିନ ତଳେ ବିର୍ଲା ଗ୍ରୁପ୍ ମୁଖ୍ୟ କୁମାର ମଙ୍ଗଲ ବିର୍ଲା ଭୋଡାଫୋନ –ଆଇଡିଆର ଅଧ୍ୟକ୍ଷ ପଦ ଛାଡ଼ିଥିଲେ। କମ୍ପାନୀ ପାଖରେ ଏତେ ଟଙ୍କା ନାହିଁ ଯେ ସଂସ୍ଥା ଋଣ ପରିଶୋଧ କରିବା ସହ ନିବେଶ କରିପାରିବ। ତେଣୁ ଦେଶର ତୃତୀୟ ବଡ଼ ଟେଲିକମ୍ କମ୍ପାନୀ ଭୋଡାଫୋନ-ଆଇଡିଆ ଏବେ ବୁଡ଼ିବା ସ୍ଥିତିରେ ପହଞ୍ଚି ଗଲାଣି। ତେଣୁ କେନ୍ଦ୍ର ସରକାର ୧.୬ ଲକ୍ଷ କୋଟି ଟଙ୍କା ମଧ୍ୟ ପାଣିରେ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି।

ଗତ ୧୦ ମାସ ହେଲାଣି ଭୋଡାଫୋନ-ଆଇଡିଆ ୨୫ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଉଦ୍ୟମ କରୁଛି। କିନ୍ତୁ ଏଯାଏ ଏହା ସମ୍ଭବ ହୋଇପାରୁନି। ଜଏଣ୍ଟ ଭେନଚରରେ ଚାଲୁଥିବା କମ୍ପାନୀର ୪୪.୩୯% ଶେୟାର ରଖିଥିବା ଭୋଡାଫୋନ ଗ୍ରୁପ ଓ ୨୭.୬୬% ଶେୟାର ରଖିଥିବା ଆଦିତ୍ୟ ବିର୍ଲା ଗ୍ରୁପ୍‌ ଆଉ ପୁଞ୍ଜି ନିବେଶ କରିବେ ନାହିଁ ବୋଲି କହି ସାରିଛନ୍ତି। ତେଣୁ ଭୋଡାଫୋନ-ଆଇଡିଆ ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଗଲାଣି। ବିର୍ଲା ଗ୍ରୁପ୍‌ର ମୁଖ୍ୟ କହି ସାରିଛନ୍ତି ଯେ କମ୍ପାନୀରେ ଥିବା ତାଙ୍କ ଶେୟାର ସେ କୌଣସି ସରକାରୀ କିମ୍ବା ଘରୋଇ କମ୍ପାନୀକୁ ବିକ୍ରି କରି ଦେବାକୁ ଚାହୁଁଛନ୍ତି।

କମ୍ପାନୀ ବୁଡ଼ିଲେ କେବଳ ସରକାରଙ୍କର ନୁହେଁ, ବ୍ୟାଙ୍କଗୁଡ଼ିକ ମଧ୍ୟ କ୍ଷତି ସହିବେ। କାରଣ ବିଭିନ୍ନ ବ୍ୟାଙ୍କରୁ କମ୍ପାନୀ ୨୩ ହଜାର କୋଟି ଟଙ୍କାର ଋଣ କରିଛି। ଏହାର ୭୦% ଅର୍ଥ ପିଏସ୍‌ୟୁ ବ୍ୟାଙ୍କଗୁଡ଼ିକର। ଏହାବାଦ୍‌ ବ୍ୟାଙ୍କଗୁଡ଼ିକ ଭୋଡାଫୋନ- ଆଇଡିକୁ ୧ ହଜାର କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଦେଇଛନ୍ତି। ତେଣୁ ଏହି ଗ୍ୟାରେଣ୍ଟି ବାବାଦ ଅର୍ଥ ମଧ୍ୟ ବୁଡ଼ିବାର ଆଶଙ୍କା ପ୍ରକାଶ ପାଇଛି।

ବିଶେଷଜ୍ଞମାନେ କହିଛନ୍ତି, ଯଦି ଭୋଡାଫୋନ୍-ଆଇଡିଆ ଫେଲ ମାରନ୍ତି, ତେବେ ଦେଶର ପିଏସ୍‌ୟୁ ବ୍ୟାଙ୍କ ଓ ସରକାର ଅଧିକ କ୍ଷତିଗ୍ରସ୍ତ ହେବେ। ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେସନ୍ ଓ ଏୟାରସେଲର ପତନ ପରେ ଯେଉଁ ଭଳି ସ୍ଥିତି ସୃଷ୍ଟି ହୋଇଥିଲା ଠିକ୍‌ ଅନୁରୂପ ସ୍ଥିତି ଭୋଡାଫୋନ୍-ଆଇଡିଆ କମ୍ପାନୀ ବନ୍ଦ ହେବା ପରେ ସୃଷ୍ଟି ହୋଇପାରେ। ଦେଶର ଟିକସଦାତାଙ୍କ ଅର୍ଥ ହିଁ ପାଣିରେ ପଡ଼ିବ।

ଭୋଡାଫୋନ୍-ଆଇଡିଆରେ ପ୍ରାୟ ୧.୬ ଲକ୍ଷ କୋଟି ଟଙ୍କା ଋଣ ଆଣିଛି। କମ୍ପାନୀ ଏବେ ବିପୁଳ କ୍ଷତି ସହିବାରେ ଲାଗିଛି। ମାର୍ଚ୍ଚ କ୍ୱାର୍ଟର୍‌ରେ ଭୋଡାଫୋନ୍-ଆଇଡିଆକୁ ୭ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

The post ଭୋଡାଫୋନ-ଆଇଡିଆ ଫେଲ ମାରିଲେ ସରକାର ସହିବେ ୧.୬ ଲକ୍ଷ କୋଟିର କ୍ଷତି appeared first on Odisha Reporter.



from Odisha Reporter https://ift.tt/3lMNbuj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages