ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ବିଶେଷ କରି ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ବର୍ଷା ସମ୍ଭାବନା ନେଇ ସବୁ ଜିଲ୍ଲାପାଳ ଓ ସବୁ ବିଭାଗକୁ SRC ଚିଠି କରିଛନ୍ତି । ସଚେତନତା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ମୌସୁମୀ ଟ୍ରଫ୍ ଏବେ ଫିରୋଜପୁର, ଦିଲ୍ଲୀ, ଗ୍ୱାଲିଅର୍, ସିଧି ଓ ଝାରସୁଗୁଡ଼ା ହୋଇ ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରର ମଧ୍ୟ ଦେଇ ଗତି କରୁଛି। ଫଳରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ୩୦ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ। କିନ୍ତୁ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ କିଛି କିଛି ସ୍ଥାନରେ ମୌସୁମୀଜନିତ ବର୍ଷା ହୋଇପାରେ।
The post ଲଘୁଚାପ: ୭ ଜିଲ୍ଲାରେ ପ୍ରବଳ ବର୍ଷିବ appeared first on Odisha Reporter.
from Odisha Reporter https://ift.tt/3kskK2I
No comments:
Post a Comment