ତାଲିବାନ ପ୍ରତି ବଦଳିଲା କି ବ୍ରିଟେନର ଆଭିମୁଖ୍ୟ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 20, 2021

ତାଲିବାନ ପ୍ରତି ବଦଳିଲା କି ବ୍ରିଟେନର ଆଭିମୁଖ୍ୟ?

ନ୍ୟୁୟର୍କ: ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେବା ପରେ ସାରା ବିଶ୍ୱର ନଜର ରହିଛି ତାଲିବାନଙ୍କ ଉପରେ। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି କହିଛନ୍ତି ତାଙ୍କ ସରକାର ତାଲିବାନ ସହିତ ନିରନ୍ତର ଯୋଗାଯୋଗରେ ରହିଛି। ବାଇଡେନଙ୍କ ଏଭଳି ମନ୍ତବ୍ୟ ତାଲିବାନ ପ୍ରତି ଆମେରିକାର ନରମ ମନୋଭାବ ନା ପରିସ୍ଥିତି ଦେଖି ଆମେରିକା ନିଜର ହାବଭାବ ବଦଳାଇଛି ତାହା ଏବେ ପ୍ରଶ୍ନବାଚୀ। ବାଇଡେନ କହିଛନ୍ତି ଉଦ୍ଧାର କାର୍ଯ୍ୟ ଚଳାଇବା ପାଇଁ ତାଲିବାନ ସହ ଆମେରିକା ଚୁକ୍ତି କରିଛି। ଅନ୍ୟପକ୍ଷରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ ଆବଶ୍ୟକ ହେଲେ ସେ ତାଲିବାନ ସହ କାମ କରିବେ। କିନ୍ତୁ ପାଞ୍ଚ ଦିନ ପୂର୍ବରୁ ବୋରିଶ ଜନସନ କହିଥିଲେ କୌଣସି ଦେଶ ତାଲିବାନକୁ ଆଫଗାନିସ୍ତାନର ସରକାର ବୋଲି ମାନ୍ୟତା ଦେବା ଠିକ୍ ନୁହେଁ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିଶ୍ୱକୁ ସମ୍ବୋଧିତ କରି କହିଥିଲେ ଆଫଗାନିସ୍ତାନରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବିଷୟରେ ସେ କହିଛନ୍ତି, ତାଲିବାନ ସହ ଆମର ଏକ ଚୁକ୍ତି ହୋଇଛି। ସେମାନେ ଲୋକଙ୍କୁ ଯିବାକୁ ଅନୁମତି ଦେଇଛନ୍ତି। ଏହା ମଧ୍ୟ ସେମାନଙ୍କ ପାଇଁ ଭଲ। ଜୁଲାଇରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ୧୮ ହଜାର ଲୋକଙ୍କୁ ଉଦ୍ଧାର କରିଛୁ ଏବଂ ଅଗଷ୍ଟ ୧୪ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି।

କିନ୍ତୁ ଏହି ଚୁକ୍ତିର ବୈଧତା କେତେ ସେତେବେଳେ ଜଣାପଡ଼ିଛି ଯେତେବେଳେ ତାଲିବାନ କାବୁଲ ବିମାନବନ୍ଦରରେ ଗୁଳି ବିନିମୟ କରି ଲୋକଙ୍କୁ ଭୟଭୀତ କରାଇଛି। ଦୁଇ ଦିନ ହେବ ତାଲିବାନ ମାନେ କାବୁଲ ବିମାନ ବନ୍ଦର ବାହାରେ ଯୁଦ୍ଧ ବିମାନ ରଖି ଗୁଳି ଗୁଳା ବର୍ଷଣ କରୁଥିବା ସୂଚନା ରହିଛି। ଏଭଳି ପରିସ୍ଥିତିରେ ଆମେରିକା ମଧ୍ୟ ବିମାନ ବନ୍ଦରରେ ସୁରକ୍ଷା ଅଧିକାରୀ ନିୟୋଜନ କରିଛି। ଆଫଗାନିସ୍ତାନରେ ୬ ହଜାର ଆମେରିକା ସେନା ନିୟୋଜିତ ଥିବା ନେଇ ବାଇଡେନ କହିଛନ୍ତି।

ଏହାରି ଭିତରେ ତାଲିବାନକୁ ନେଇ ପାଶ୍ଚାତ୍ୟ ଦେଶ ଗୁଡ଼ିକ ମଧ୍ୟ ନିଜର ହାବଭାବ ବଦଳୁଥିବା ଦେଖିବାକୁ ମିଳିଛି। ଆମେରିକା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଫଗାନିସ୍ତାନରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିବାକୁ ଯାଇ କହିଛନ୍ତି, ସେ ମଧ୍ୟ ତାଲିବାନ ସହ କାମ କରିବାକୁ ରାଜି ଅଛନ୍ତି। ଲୋକଙ୍କୁ ଆଶ୍ୱାସନା ଦେବାକୁ ଯାଇ ସେ କହିଛନ୍ତି ଯେ ଆଫଗାନିସ୍ତାନ ପାଇଁ ଆମେ ସବୁ ପ୍ରକାରର ସମାଧାନ ଖୋଜୁଛୁ। ଯଦିଓ ଏଥିପାଇଁ ଆମକୁ ତାଲିବାନ ସହ କାମ କରିବାକୁ ପଡିବ କିନ୍ତୁ ଆମେ ଆଫଗାନିସ୍ତାନ ବିଷୟରେ ସବୁବେଳେ ଚିନ୍ତା କରିବୁ। ପାଞ୍ଚ ଦିନ ପୂର୍ବରୁ ବୋରିଶ ଦେଇଥିବା ମନ୍ତବ୍ୟରେ ଏବେର ମତରେ ଅନେକ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିିଳିଛି। ତେଣୁ କିଛି ସର୍ତ୍ତ ରଖି ବିଭିନ୍ନ ଦେଶ ତାଲିବାନ ସହ ହାତ ମିଳାଇ ଧୀରେ ଧୀରେ ଆଗକୁ ବଢ଼ିବେ ବୋଲି ଏକ ପ୍ରକାର ସମ୍ଭାବନା ଦେଖିବାକୁ ମିଳିଛି।

The post ତାଲିବାନ ପ୍ରତି ବଦଳିଲା କି ବ୍ରିଟେନର ଆଭିମୁଖ୍ୟ? appeared first on Odisha Reporter.



from Odisha Reporter https://ift.tt/37YNQkm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages