ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା, ଡିଏଫ୍‌ଓଙ୍କୁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 20, 2021

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା, ଡିଏଫ୍‌ଓଙ୍କୁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌। ପାରଳାଖେମୁଣ୍ଡି ପୁଲିସ ଗେଷ୍ଟ ହାଉସ୍‌ରେ କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଟିମ୍‌ ତାଙ୍କୁ ପଚରାଉଚରା କରୁଛି।

ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସହିତ ସଂଗ୍ରାମଙ୍କର ଅନୈତିକ ସଂପର୍କ ଥିଲା ବୋଲି ସେମାନେ କହିଛନ୍ତି। ଏହା ସହିତ ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ଯେଉଁ ତିନି ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି, ସେମାନଙ୍କ ମଧ୍ୟରେ ଡିଏଫ୍‌ଓଙ୍କ ନାଁ ମଧ୍ୟ ରହିଛି।

ଗତକାଲି କ୍ରାଇମ୍‌ବ୍ରାଞ୍ଚ ଟିମ୍ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ୩ ଘଣ୍ଟା ଧରି ଜେରା କରିଥିଲା। ମମତା ହେଉଛନ୍ତି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଜଣେ ଦୂର ସଂପର୍କୀୟ। ବିଦ୍ୟାଙ୍କ ମା’ଙ୍କ ଅନୁରୋଧ କ୍ରମେ ମମତା ଘଟଣା ଦିନ ମେଡିକାଲକୁ ଯାଇଥିଲେ। ସେହିଭଳି ସୌମ୍ୟଙ୍କ ସରକାରୀ ବାସଭବନରେ ଘଟଣା ଦିନ ରାତିରେ ପୁଲିସ ବିଭିନ୍ନ ସାମଗ୍ରୀ ଜବତ କରୁଥିବା ବେଳେ ପାରଳାଖେମୁଣ୍ଡି ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ମମତା ସହଯୋଗ କରିଥିଲେ ବୋଲି କ୍ରାଇମବାଞ୍ଚ ଡିଏସପି କହିଛନ୍ତି।

ସୂଚନାଯୋଗ୍ୟ, ଏସିଏଫ ସୌମ୍ୟରଞ୍ଜନ ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣାର ରହସ୍ୟ ଭେଦ କରିବାରେ ପାରଳାଖେମୁଣ୍ଡି ପୁଲିସ ବିଫଳ ହେବା ପରେ ତଦନ୍ତ ଦାୟିତ୍ୱ କ୍ରାଇମବାଞ୍ଚକୁ ଦିଆଯାଇଛି। କ୍ରାଇମବ୍ରାଞ୍ଚ ପୁଣି ମୂଳରୁ ଘଟଣାର ତଦନ୍ତ କରୁଥିବା ବେଳେ ପର୍ଯ୍ୟାୟକ୍ରମେ ଜଣ ଜଣଙ୍କୁ ଡାକି ପଚରାଉଚରା କରୁଛି। ଗତ ୧୪ତାରିଖରେ କ୍ରାଇମବ୍ରାଞ୍ଚ ଟିମ୍ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ସିଧା ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ଯାଇ ଛାନଭିନ କରିଥିଲା।

The post ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା, ଡିଏଫ୍‌ଓଙ୍କୁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ appeared first on Odisha Reporter.



from Odisha Reporter https://ift.tt/3j38q9t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages