ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ୍‌, ୮ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 8, 2021

ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ୍‌, ୮ ମୃତ

ଅମ୍ରୋଲି: ରାସ୍ତାକଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌। ଫଳରେ ଘଟଣାସ୍ଥଳରେ ହିଁ ୮ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଗୁଜୁରାଟ ଅମ୍ରୋଲି ଜିଲ୍ଲାର ଏକ ଗାଁରେ।

ପୁଲିସ ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଆମ୍ରୋଲିର ସାବାର୍କଣ୍ଡଲାର ବାଦ୍ଦା ଗ୍ରାମ ନିକଟରେ ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଜରିପାଲ ଟାଣି ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବୟସ୍କ ଏବଂ ୧୩ ବର୍ଷୀୟ ଦୁଇ ଶିଶୁ ଥିବା କୁହାଯାଉଛି। ଏଥିସହ ଅନ୍ୟ ଦୁଇ ଜଣ ଶିଶୁ ଗୁରୁତର ରୂପେ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାସ୍ତାକଡରେ ପ୍ରାୟ ୧୦ ଜଣ ଶ୍ରମିକ ଶୋଇଥିବା କୁହାଯାଉଛି।

ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଦେଖାଦେଇଛି । ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ପୁଲିସ ଗିରଫ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ମଧ୍ୟ ଜବତ କରିଛି । ତେବେ ଉକ୍ତ ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡି ଚଳାଉଥିଲେ କି ନାହିଁ ସେ ନେଇ ତଦନ୍ତ ଜାରି ରଖିଛି ପୁଲିସ।

ସେପଟେ ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଗୁରୁତରଙ୍କୁ ତତ୍କାଳ ଉଚିତ ଚିକିତ୍ସା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ ପ୍ରତ୍ୟେକ ପୀଡିତ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

The post ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ୍‌, ୮ ମୃତ appeared first on Odisha Reporter.



from Odisha Reporter https://ift.tt/3lJs1xj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages