ମୁମ୍ବାଇ: “ସମୟ ଭଲ ଥାଉ କି ମନ୍ଦ, ଯଦି ଆମେ ନିଶ୍ୱାସ ନେବା ଛାଡ଼ୁ ନାହୁଁ, ତା ହେଲେ କାମ କାହିଁକି ଛାଡ଼ିବା। ମୁଁ ଥରେ କମିଟମେଣ୍ଟ କରିଦେଲେ ନିଜ କଥା ବି ଶୁଣେନି। ” ବିଗ୍ବସ୍ର ଓଟିଟି ପ୍ଲାଟଫର୍ମରେ ଧମାକେଦାର ଏଣ୍ଟ୍ରି କରିବା ପରେ ସୋ’ର ହୋଷ୍ଟ କରନ ଜୋହରଙ୍କୁ ଏପରି କିଛି ରିପ୍ଲାଏ ଦେଇଛନ୍ତି ସମିତା ସେଟ୍ଟି।
ଭିଣୋଇ ରାଜ କୁନ୍ଦ୍ରା ଜେଲ୍ରେ ଥିବା ବେଳେ ଭଉଣୀ ଶିଳ୍ପାଙ୍କୁ ନାନା କଥା ଶୁଣିବାକୁ ପଡ଼ୁଛି। ଶିଳ୍ପାଙ୍କ ପରିବାର ଏକ ପ୍ରକାର ଖରାପ ସମୟ ଦେଇ ଗତି କରୁଥିବା ବେଳେ ଏପରି ସମୟରେ ତାଙ୍କ ନିଜ ଭଉଣୀ ବିଗ୍ ବସ୍ ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି ମାରିଛନ୍ତି। ଏହା ସହଜେ ଅନ୍ୟମାନଙ୍କର ହଜମ ହେଉ ନ ଥିବା ବେଳେ ସମାଲୋଚକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ସମିତା।
ସୂଚନାଯୋଗ୍ୟ, ପନୋଗ୍ରାଫିକ ମାମଲାରେ ରାଜ କୁନ୍ଦ୍ରା ଗିରଫ ହେବା ପରଠୁ ଶିଳ୍ପାଙ୍କ ହସଖୁସିର ପରିବାର ଏକ ପ୍ରକାର ଛାରଖାର ହୋଇଯାଇଛି। ବର୍ଷ ବର୍ଷ ଧରି ରାଜ ଏହି ବିଜନେସ୍ ସହ ଜଡ଼ିତ ଥିବା ବେଳେ ଏ ସମ୍ପର୍କରେ ଶିଳ୍ପାଙ୍କୁ ଖବର ନ ଥିବା ଅସମ୍ଭବ ବୋଲି ସୋଶାଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି। ରାଜ୍ ଜେଲ୍କୁ ଯିବା ପରେ ଶିଳ୍ପା ସନ୍ଦେହ ଘେରକୁ ଆସିଯାଇଥିବା ବେଳେ ତାଙ୍କୁ ପଚରାଉଚରା ମଧ୍ୟ କରିଛି କ୍ରାଇମବ୍ରାଞ୍ଚ। ତାଙ୍କ ପକ୍ଷେ ଘରୁ ବାହାରିବା ଏକ ପ୍ରକାର ବନ୍ଦ ହୋଇଯାଇଛି। ଏପରି ପ୍ରତିକୂଳ ପରିସ୍ଥିତିରେ ନିଜ ଭଉଣୀଙ୍କ ମନୋବଳ ବଢ଼ାଇବା ପରିବର୍ତ୍ତେ ବିଗ୍ ବସ୍ ହାଉସ୍ରେ ପ୍ରବେଶ କରିଛନ୍ତି ସମିତା।
ନିଜ ଷ୍ଟେପ ଯୋଗୁ ଚାରି ଆଡ଼ୁ ଆସୁଥିବା ପ୍ରଶ୍ନ ବାଣରେ ଘାଇଲା ସମିତା ଶେଷରେ ବିଗ୍ ବସ୍ ମଞ୍ଚରେ କରିଛନ୍ତି ଖୁଲାସା। ସମିତାଙ୍କ କହିବା ମୁତାବକ,”ବିଗ୍ ବସ୍ ଅଫର ମୋତେ ବହୁତ ପୂର୍ବରୁ ମିଳି ସାରିଥିବା ବେଳେ ଏଥିରେ ଅଂଶଗ୍ରହଣ କରିବାକୁ ବହୁ ପୂର୍ବରୁ ହଁ କରି ସାରିଥିଲି। ହେଲେ ଅଚାନକ ସବୁ କିଛି ବଦଳିଗଲା। ଆଖି ଆଗରେ ବହୁତ ଘଟଣା ଘଟି ଯିବା ପରେ ଏପରି ସମୟରେ ବିଗ୍ ବସ୍ ହାଉସ୍ ଯିବା କେତେ ଠିକ୍ ହେବ ସେ ନେଇ ମୁଁ ଦ୍ୱନ୍ଦ୍ୱରେ ଥିଲି। ହେଲେ କମିଟମେଣ୍ଟ କରିଦେଇଥିବାରୁ ଆସିଛି। କାରଣ ମୁଁ ଥରେ କମିଟମେଣ୍ଟ ଦେଇଦେଲେ ନିଜର ବି ଶୁଣେନି।”
ଆମେ ଖରାପ ସମୟକୁ ଭୁଲିଯିବା ସହ ଭଲ ସମୟର ଅପେକ୍ଷା କରିବା ଉଚିତ ବୋଲି ଶୋ’ର ହୋଷ୍ଟ କରନ ଜୋହର ସମିତାଙ୍କୁ ସାନ୍ତ୍ୱନା ଦେଇଛନ୍ତି।
ଏହାକୁ ମିଶାଇ ସମିତା ୨ ଥର ବିଗ୍ ବସ୍ରେ ଏଣ୍ଟ୍ରି କଲେଣି । ପୂର୍ବରୁ ବିଗ୍ବସ୍-୩ରେ ଏଣ୍ଟ୍ରି କରିଥିବା ବେଳେ ଏବେ ପୁଣି ଥରେ ପ୍ରବେଶ କରିଛନ୍ତି। ବୁଟ ଆପ୍ରେ ବିଗ୍ବସ୍ ଓଟିଟିର ଧମାକେଦାର ଏଣ୍ଟ୍ରି ହୋଇଥିବା ବେଳେ ନିଜ ହଟ ଡ୍ୟାନ୍ସରେ ଷ୍ଟେଜରେ ନିଆଁ ଲଗାଇ ଦେଲେ ମଲାଇକାଙ୍କ ।
ସୂଚନାଯୋଗ୍ୟ, ୟଶ ଚୋପ୍ରା ବ୍ୟାନରର ସୁପରହିଟ ଫିଲ୍ମ ‘ମୋହବତେଁ’ରୁ ସମିତି ବଲିଉଡ଼ରେ ପାଦ ଥାପିଥିଲେ ବି ବେଶି ଦିନ ଗଡ଼ି ପାରି ନ ଥିଲା ତାଙ୍କ କ୍ୟାରିଅର ଗାଡ଼ି। ତଥାପି ନିଜ ଗ୍ଲାମରସ୍ ଲୁକ୍ ଓ ବିନ୍ଦାସ ଅନ୍ଦାଜ ପାଇଁ ସୋଶାଲ ମିଡିଆରେ ସବୁବେଳେ ଲାଇମ୍ଲାଇଟ୍ରେ ରହୁଛନ୍ତି ସମିତି।
The post ଜେଲ୍ରେ ଭିଣୋଇ, ବିଗ ବସ୍ରେ ଏଣ୍ଟ୍ରି କଲେ ଶାଳୀ appeared first on Odisha Reporter.
from Odisha Reporter https://ift.tt/2XaHD2L
No comments:
Post a Comment