ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ପୁଣି କାମରେ ଯୋଗଦେବାକୁ ତାଲିବାନର ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 27, 2021

ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ପୁଣି କାମରେ ଯୋଗଦେବାକୁ ତାଲିବାନର ଅନୁମତି

କାବୁଲ: ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ମହିଳାଙ୍କ ଚାକିରି କରିବା ଉପରେ ଲଗାଇଥିବା ରୋକକୁ ଆଜିଠାରୁ ହଟାଇ ଦେଇଥିବା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଆଫଗାନ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ପୁଣି ନିଜ ନିଜର କାମ ଆରମ୍ଭ କରିବାକୁ ତାଲିବାନ ପକ୍ଷରୁ କୁହାଯାଇଛି।

ଏ ସମ୍ପର୍କରେ ତାଲିବାନର ମୁଖପାତ୍ର ସୁହେଲ ଶାହୀନ ଟ୍ୱିଟ କରି ଘୋଷଣା କରିଛନ୍ତି। ସେ ଅନ୍ୟତମ ମୁଖପାତ୍ର ଜୈବହୁଲ୍ଲା ମୁଜାହିଦଙ୍କ ଉକ୍ତିକୁ ଟ୍ୱିଟ କରି କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଅଧୀନରେ କାମ କରୁଥିବା ସମସ୍ତ ମହିଳା କର୍ମଚାରୀ ଏବେ ନିଜ ନିଜ କର୍ମକ୍ଷେତ୍ରକୁ ଯାଇ ପାରିବେ। ସମସ୍ତ ପ୍ରଦେଶ ଓ ରାଜଧାନୀରେ ପୂର୍ବରୁ କାର୍ଯ୍ୟ କରୁଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।

ସେମାନେ ଏଣିକି ନିୟମିତ କାମ କରିପାରିବେ। ମହିଳା ସ୍ୱାସ୍ଥ୍ୟକର୍ମୀମାନେ ସେମାନଙ୍କ କାମ ପୁଣି ଆରମ୍ଭ କଲେ ଇସଲାମିକ ଏମିରେଟର କୌଣସି ଅସୁବିଧା ନାହିଁ। ସେମାନେ ନିର୍ଭୟରେ କାମ ଆରମ୍ଭ କରିପାରିବେ ବୋଲି ସେ କହିଛନ୍ତି।

ତାଲିବାନ ଆଫଗାନ ଦଖଲ କରିବା ଦିନ ଠାରୁ ମହିଳାମାନେ ଭୟରେ ରହିଛନ୍ତି। ୧୯୯୬ରେ ଯେତେବେଳେ ତାଲିବାନ କ୍ଷମତା ଦଖଲ କରିଥିଲା ସେତେବେଳେ ମହିଳାଙ୍କୁ କାମ କରିବାକୁ ଆଦୌ ସୁଯୋଗ ମିଳୁ ନଥିଲା। ଏଥର କିନ୍ତୁ ତାଲିବାନ ମହିଳାଙ୍କୁ ଚାକିରି କରିବାର ସୁଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା।


ତଥାପି ମହିଳାମାନେ କାମକୁ ଯିବା ବେଳେ ତାଲିବାନୀମାନେ ସେମାନଙ୍କୁ ହଇରାଣ କରୁଥିଲେ। ଏଥିପାଇଁ ସଂଗଠନର ଶୀର୍ଷ ନେତାମାନେ କିଛି ଦିନ ପାଇଁ ମହିଳା କର୍ମଚାରୀଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏବେ ତାଲିବାନ ପକ୍ଷରୁ କେବଳ ସ୍ୱାସ୍ଥ୍ୟକର୍ମୀଙ୍କୁ ପୁଣି କାମ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି।

ଅନ୍ୟପକ୍ଷରେ ଯେଉଁମାନେ ସରକାରଙ୍କ ଗାଡ଼ି, ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ନିଜ ପାଖରେ ରଖିଛନ୍ତି, ସେମାନେ ତୁରନ୍ତ ଏହାକୁ ଫେରାଇ ଦିଅନ୍ତୁ ବୋଲି ତାଲିବାନ ନିର୍ଦ୍ଦେଶ ଦେଇଛି। ସପ୍ତାହେ ମଧ୍ୟରେ ସମସ୍ତଙ୍କୁ ନିଜ ତରଫରୁ ସବୁ କିଛି ହ୍ୟାଣ୍ଡଓଭର କରିବାକୁ କୁହାଯାଇଛି। ଯଦି କେହି ଏହାକୁ ଖିଲାଫ କରେ, ତା’ହେଲେ ପରିମାଣ ଭୋଗିବାକୁ ପଡ଼ିବ ବୋଲି ତାଲିବାନ ଧମକ ଦେଇଛି।

The post ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ପୁଣି କାମରେ ଯୋଗଦେବାକୁ ତାଲିବାନର ଅନୁମତି appeared first on Odisha Reporter.



from Odisha Reporter https://ift.tt/3BimAdh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages