ଆଇଜଲ: ସବୁଠାରୁ ବଡ଼ ଧରଣର ଡ୍ରଗ ଚୋରାଚାଲାଣର ପର୍ଦ୍ଦାଫାସ କରିଛି ମିଜୋରାମ ପୁଲିସ୍। ଗୋଟିଏ ଟ୍ରକ୍ରେ ଚାଲାଣ ହେଉଥିବା ୫ ଲକ୍ଷ Methamphetamine tablets (ଏକ ପ୍ରକାରର ନିଷିଦ୍ଧ ନିଶା ବଟିକା)କୁ ଜବତ କରିବାକୁ ସକ୍ଷମ ହୋଇଛି ପୁଲିସ୍।
ଆଇଜଲ ନିକଟରୁ ଜବତ ହୋଇଥିବା ଏହି ନିଶା ବଟିକାଗୁଡ଼ିକର ବଜାର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା। ପୁଲିସ୍ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ଖୋଳତାଡ଼ କରୁଛି।
ଟ୍ରକ୍ରେ ନିଶାଦ୍ରବ୍ୟ ଚୋରା ଚାଲାଣ ହେଉଥିବା ଖବର ମିଳିବା ପରେ ଗୁରୁବାର ସନ୍ଧ୍ୟାରେ ପୁଲିସ୍ ପକ୍ଷରୁ ରାଜଧାନୀ ଆଇଜଲ ଠାରୁ ୨୦ କିମି ଦୂରରେ ଥିବା ସାଇରଙ୍ଗ ଠାରେ ଚେକିଂ ଆରମ୍ଭ ହୋଇଥିଲା। ଟ୍ରକ୍ଗୁଡ଼ିକକୁ ଅଟକାଇ ପୁଲିସ୍ ଅଧିକାରୀମାନେ ଯାଞ୍ଚ କରିଥିଲେ।
ଏହି ସମୟରେ ଗୋଟିଏ ଟ୍ରକ୍ରୁ ୫ ଲକ୍ଷ ନିଶା ବଟିକା ମିଳିଥିଲା। ଏହି ଟ୍ରକ୍ରେ ମଣ୍ଟୁ କୁମାର ଦେବ(୪୫) ଓ ସୁବାଷ ଦାସ(୩୩) ରହିଥିଲେ। ଉଭୟଙ୍କ ଘର ଆସାମର କରିମଗଞ୍ଜ ଅଞ୍ଚଳରେ। ପୁଲିସ୍କୁ ଦେଖିବା କ୍ଷଣି ସେମାନେ ଟ୍ରକ୍ ଛାଡ଼ି ଚାଲିଯିବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ୍ ସେମାନଙ୍କୁ ପିଛା କରି କାବୁ କରିଥିଲା।
ନିଶା କାରବାର ଘଟଣାରେ ଉଭୟଙ୍କୁ ପୁଲିସ୍ ଗିରଫ କରିଛି। Methamphetamine tablets ଭଳି ଏକ ମାରାତ୍ମକ ନିଶା ବଟିକା ଚାଲାଣ କରୁଥିବାରୁ ଉଭୟଙ୍କ ନାଁରେ ନାର୍କୋଟିକ ଡ୍ରଗ୍ସ ଓ ସାଇକୋଟ୍ରୋପିକ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି ଓ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି, ତା’ର ଖୋଳତାଡ଼ କରାଯାଉଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ରାଜ୍ୟ ଅବକାରୀ ଓ ନାର୍କୋଟିକ ଅଧିକାରୀମାନେ ମିଜୋରାମର ମାଲୁଥୁଆମ ଉତ୍ତର ଗାଁରୁ ୮୦୦ ଗ୍ରାମ ହେରୋଇନ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛନ୍ତି। ଏହି ଜବତ ହେରୋଇନ୍ର ମୂଲ୍ୟ ୨୪.୫୦ ଲକ୍ଷ ଟଙ୍କା ହେବ।
The post ଟ୍ରକ୍ରେ ଚାଲାଣ ହେଉଥିବା ବେଳେ ୧୦ କୋଟି ଟଙ୍କାର ଡ୍ରଗ୍ସ ଜବତ appeared first on Odisha Reporter.
from Odisha Reporter https://ift.tt/3t1dE9d
No comments:
Post a Comment