ଦିନରେ ନିଖୋଜ, ରାତିରେ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 27, 2021

ଦିନରେ ନିଖୋଜ, ରାତିରେ ମିଳିଲା ମୃତଦେହ

କୋଣାର୍କ (ସଞ୍ଜୟ ପତି): ଗତକାଲି ମାଛ ମାରିବାକୁ ସମୁଦ୍ରକୁ ଯାଇ ନିଖୋଜ ହୋଇ ଯାଇଥିବା ମତ୍ସ୍ୟଜୀବୀ ପି କେ ଆପଲ ରାଜୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୃତଦେହ ସମୁଦ୍ର କୂଳରେ ଭାସୁଥିବା ବେଳେ ମତ୍ସ୍ୟଜୀବୀମାନେ ତାହାକୁ ଉଦ୍ଧାର କରିଥିଲେ।  ଚନ୍ଦ୍ରଭାଗା ନୋଳିଆ ସାହିରେ ଏହି ଦୁଃଖଦ ଘଟଣା ଘଟିଥିବା ବେଳେ ଆଜି ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯିବେନି ବୋଲି କହିଛନ୍ତି।

ଚନ୍ଦ୍ରଭାଗା ନୋଳିଆ ସାହିରୁ ମାଛ ମାରିବାକୁ ଏକ ମୋଟର ଚାଳିତ ଡଙ୍ଗାରେ ୬ ଜଣ ମତ୍ସ୍ୟଜୀବୀ  ଗତକାଲି ସକାଳେ ସମୁଦ୍ରକୁ ଯାଉଥିଲେ। ସମୁଦ୍ର କୂଳରୁ ମାତ୍ର ୧୦୦ ମିଟର ଦୂର ଯିବା ପରେ ଢେଉ ମାଡ଼ ଯୋଗୁଁ ଡଙ୍ଗାଟି ଓଲଟି ପଡ଼ିଥିଲା। ୫ଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଫେରିଆସିଥିଲେ ଓ  ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। କିନ୍ତୁ ପି କେ ଆପଲ ରାଜୁ ନିଖୋଜ ହୋଇଯାଇଥିଲେ।

ସ୍ଥାନୀୟ ମତ୍ସ୍ୟଜୀବୀ, ଚନ୍ଦ୍ରଭାଗା ସାମୁଦ୍ରିକ ପୁଲିସ୍‌ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଦିନ ତମାମ ଖୋଜାଖୋଜି କରିଥିଲେ ମଧ୍ୟ ଆପଲ ରାଜୁଙ୍କ ପତ୍ତା ମିଳିନଥିଲା ।  ଏହାପରେ ବିଳମ୍ବିତ ରାତ୍ରିରେ ମତ୍ସ୍ୟଜୀବୀମାନେ ସମୁଦ୍ର କୂଳରେ ଖୋଜାଖୋଜି କରିଥିଲେ।  ଚନ୍ଦ୍ରଭାଗାଠାରୁ ଅସ୍ତରଙ୍ଗ ଆଡ଼କୁ ୩ କିଲୋମିଟର ଦୂରରେ ରାତି ୩ଟାରେ ରାଜୁଙ୍କ ମୃତଦେହ ସମୁଦ୍ର କୂଳରେ ଭାସୁଥିବା ଦେଖିବାକୁ ମିଳିଥିଲା ।  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ସାମୁଦ୍ରିକ ପୁଲିସ୍‌ ପକ୍ଷରୁ କୁହାଯାଇଛି ।

The post ଦିନରେ ନିଖୋଜ, ରାତିରେ ମିଳିଲା ମୃତଦେହ appeared first on Odisha Reporter.



from Odisha Reporter https://ift.tt/2WoDqZj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages