ଶ୍ରୀନଗର: ରିଲ୍ରୁ ରିଅଲ୍ ହିରୋ ପାଲଟିଛନ୍ତି ସୋନୁ ସୁଦ। ଚାରିଆଡେ ବଢ଼ି ଚାଲିଛି ତାଙ୍କ ଲୋକପ୍ରିୟତା। ଏହାରି ଭିତରେ ଏବେ ସୋନୁଙ୍କ ନାଁ ନେଲେ ମିଳିଛୁ ରିହାତି। ସୋନୁଙ୍କ ନାଁରେ ୨୦ ପ୍ରତିଶତ ଡିସକାଉଣ୍ଟ ଦେବାକୁ ରାଜି ହୋଇଛନ୍ତି ଦୋକାନୀ।
ପ୍ରକୃତରେ ସୋନୁ ସୁଦ ଏବେ ଜମ୍ମୁକାଶ୍ମୀର ପ୍ରଶାସନର ସଂଶୋଧିତ ଫିଳ୍ମ ନୀତିକୁ ନେଇ ଶ୍ରୀନଗରରେ ଅଛନ୍ତି। ସେ ଶ୍ରୀନଗର ବୁଲିବାବେଳେ ବଟମାଲୁ ବଜାରରେ ପହଞ୍ଚିଥିଲେ। ଏଠାରେ ସେ ଶମିମ ଖାନ୍ ନାମକ ଜଣେ ଜୋତା ବିକାଳିଙ୍କୁ ଭେଟି ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସୋନୁଙ୍କୁ ଦେଖି ଜୋତା ବିକାଳି ଜଣକ ଖୁସି ହୋଇଯାଇଥିଲେ।
ଏହାପରେ ସୋନୁ ଜୋତା ବିକାଳିଙ୍କୁ ସବୁ ପ୍ରକାର ଜୋତାର ଦାମ୍ ପଚାରିଥିଲେ। ଦେକାନୀ କହିଥିଲେ, ଛୁଆଙ୍କ ଚପଲ ୫୦ଟଙ୍କା ଏବଂ ବଡ ଲୋକଙ୍କ ଚପଲ ଦାମ୍ ୧୨୦। ଏହାପରେ ସୋନୁ ଦୋକାନୀଙ୍କୁ ମୂଲଚାଲ କରିଥିଲେ। ୧୨୦ଟଙ୍କା ଚପଲକୁ ୫୦ ଟଙ୍କା ଦେବା ପାଇଁ କହିଥିଲେ। ଦୋକାନୀ କିନ୍ତୁ ମନା କରି ଦେଇଥିଲେ। ପରେ ଦୋକେନୀ ଡିସକାଉଣ୍ଟ ଦେବାକୁ ରାଜି ହୋଇଯାଇଥିଲେ। ଶମିମ ଭାଇଙ୍କ ଦୋକାନରୁ ତାଙ୍କ ନାଁ ନେଇ ଯେକୌଣସି ବ୍ୟକ୍ତି ୨୦ ପ୍ରତିଶତ ଡିସକାଉଣ୍ଟ ପାଇପାରିବେ ବୋଲି ସୋନୁ କହିଥିଲେ। ଏହାପରେ ସୋନୁ ଶମିମ ଭାଇଙ୍କ ଦୋକାନରେ ବସି ଜୋତା ମଧ୍ୟ ବିକ୍ରି କରିଥିଲେ।
ସୋନୁ ସୁଦ ଏହି ପୂରା ଘଟଣାର ଭିଡିଓକୁ ନିଜ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଯାଏଁ ସୋନୁଙ୍କ ଏହି ମଜାଦାର ଭିଡିଓକୁ ୨୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ପ୍ରଶଂସକମାନେ ଏହି ଭିଡିଓକୁ ଦେଖି ସୋନୁଙ୍କ ପ୍ରଶଂସା କରିଛନ୍ତି।
View this post on Instagram
The post ସୋନୁଙ୍କ ନାଁ ନେଲେ ମିଳିବ ୨୦% ଡିସକାଉଣ୍ଟ! appeared first on Odisha Reporter.
from Odisha Reporter https://ift.tt/3jAah4G
No comments:
Post a Comment