ଅନୁଗୋଳ(ବିରଜା ପ୍ରସାଦ ଦାସ): ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚାରଣ କରିବା ଅଭିଯୋଗରେ ବନ୍ଧା ହେଲେ ପୁଲିସ୍ ବାବୁ। ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଏହା ସମଗ୍ର ଅନୁଗୁଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରି ସାଂଘାତିକ ଅଭିଯୋଗରେ ବଅଁରପାଳ ଥାନା ସବ୍-ଇନସପେକ୍ଟର ନୀଳମଣି ମହାନ୍ତ ବନ୍ଧା ହୋଇଥିବା ବେଳେ ତାଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଏହା ୨, ୩ ପୂର୍ବର ଘଟଣା । ସବ୍ଇନ୍ସପେକ୍ଟରଜଣକ ହାଇେଓ୍ୱ ପାଟ୍ରୋଲିଂ ଦାୟିତ୍ୱରେ ଥିଲେ । ରାତି ପ୍ରାୟ ସାଢ଼େ ୩ଟା ବେଳେ ତାଳଚେର ଥାନା ଅଙ୍ଗରୁଆ ଅଞ୍ଚଳର ଜଣେ ମହିଳାଙ୍କ ଘର କବାଟ ବାଡ଼େଇ ପଶିଥିଲେ । ଏମିତିକି ଘରେ ପଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ମହିଳାଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ତାଳଚେର ପୁଲିସ୍ ସଂପୃକ୍ତ ସବ୍-ଇନସପେକ୍ଟରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ, ପୁଲିସ ବାବୁ ମହିଳାଙ୍କ ଘରେ ପଶିବା ସମୟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତାଳଚେର ଥାନା ଆଇଆଇସି କହିଛନ୍ତି।
The post ରାତି ଅଧରେ ମହିଳାଙ୍କ ଘରେ ପଶିଗଲେ ପୁଲିସ୍ ବାବୁ, ଶେଷରେ ବନ୍ଧା ହେଲେ appeared first on Odisha Reporter.
from Odisha Reporter https://ift.tt/3Biw7kE
No comments:
Post a Comment