ଗାଧୋଇବାକୁ ଯାଇଥିଲେ ଯୁବକ, ଟାଣି ନେଲା କୁମ୍ଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 6, 2021

ଗାଧୋଇବାକୁ ଯାଇଥିଲେ ଯୁବକ, ଟାଣି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଗାଇ ଚରାଇବାକୁ ଯାଇ ଗାଧୋଇବା ପାଇଁ ନଦୀରେ ପଶିଥିବା ଜଣେ ଯୁବକଙ୍କୁ ଟାଣି ନେଲା କୁମ୍ଭୀର। ଗତକାଲିଠୁ ଯୁବକଜଣକ ନିଖୋଜ ଥିବା ବେଳେ ତାଙ୍କ ପତ୍ତା ମିଳିପାରି ନାହିଁ। ନିଖୋଜ ଯୁବକଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ଗାଁର ବସନ୍ତ ପରିଡା।

ବସନ୍ତ ଗତକାଲି ଅପରାହ୍ନରେ  ନିଜ ଗାଈ ନେଇ ବ୍ରାହ୍ମଣୀ ନଦୀ କୂଳରେ ଚରାଇବାକୁ ଯାଇଥିଲେ। ସେଠାରେ ସେ ଉପରେ ଚପଲ ଥୋଇ ଗାଧୋଇବାକୁ ପାଣି ଭିତରକୁ ପଶିଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରି ନ ଥିଲେ।   ନଦୀ କୂଳରୁ କୁମ୍ଭୀର ବସନ୍ତଙ୍କୁ ଝାମ୍ପି ନେଇଥିବା କହୁଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଖବର ପାଇ ଅଗ୍ନିଶମ ବହିନୀ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି ଜାରି ରଖିଛନ୍ତି । ଏଯାବତ ନିଖୋଜ ଯୁବକଙ୍କ ସନ୍ଧାନ ମିଳିପାରିନାହିଁ।

The post ଗାଧୋଇବାକୁ ଯାଇଥିଲେ ଯୁବକ, ଟାଣି ନେଲା କୁମ୍ଭୀର appeared first on Odisha Reporter.



from Odisha Reporter https://ift.tt/3fHpe3T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages