‘ଆମକୁ ରକ୍ଷା କର, ତାଲିବାନୀ ମାରିଦେବେ…’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

‘ଆମକୁ ରକ୍ଷା କର, ତାଲିବାନୀ ମାରିଦେବେ…’

କାବୁଲ: ବଦଳୁଛି ଚିତ୍ର, ବିଗୁଡୁଛି ପରିସ୍ଥିତି। ଭୟରେ ଥରୁଛନ୍ତି ଆଫଗାନବାସୀ। ତାଲିବାନ କବ୍‌ଜା ପରେ ଆଫଗାନିସ୍ତାନର ସ୍ଥିତି ଖରାପ ହେବାରେ ଲାଗିଛି। ଯେଉଁ ସବୁ ଚିତ୍ର ଲଗାତର ସାମ୍ନାକୁ ଆସୁଛି ତାହା ବେଶ୍‌ ଭୟାବହ। ଲୋକେ ଯେଉଁ ପ୍ରକାରରେ ବି ଦେଶ ଛାଡି ଚାଲିଯିବାକୁ ଚେଷ୍ଟା କରୁଛନ୍ତି। କାବୁଲ ବିମାନ ବନ୍ଦରରେ ହଜାର ହଜାର ସଂଖ୍ୟକ ଲୋକ ବିମାନ ଅପେକ୍ଷାରେ ବସିଛନ୍ତି। ଏହାରି ଭିତରେ ଏକ ଦାରୁଣ ଦୃଶ୍ୟ ସାମ୍ନାକୁ ଆସିଛି।

ରକ୍ଷା କର..ଆମକୁ ରକ୍ଷା କର। ତାଲିବାନୀ ମାରିଦେବେ…। କାନ୍ଦି କାନ୍ଦି ଜଣେ ଯୁବତୀ ଆମେରିକା ସେନା ଆଗରେ ଏଭଳି ଗୁହାରି କରିଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ଯୁବତୀ ବ୍ୟାରିକେଡ୍‌ ଆରପଟେ ଠିଆ ହୋଇ ଆମେରିକା ସେନା ଆଗରେ ରକ୍ଷା କରିବା ପାଇଁ ନେହୁରା ହେଉଛନ୍ତି। ତାଙ୍କ ସହ ଅନେକ ଆଫଗାନ ମହିଳା ମଧ୍ୟ ଥିବା ଦେଖିବାକୁ ମିଳିଛି। ସେମାନେ ବିମାନ ବନ୍ଦର ଭିତରେ ପଶିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଥିରେ ସଫଳ ହୋଇପାରୁ ନାହାନ୍ତି।  ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କାବୁଲର ହାମିଦ କରଜଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଆମେରିକା ଏବଂ ନାଟୋ ଦେଶର ସେନା ବ୍ୟାରିକେଡିଂ କରିଛି। ଏହାରି ଭିତରେ ଆଫଗାନୀ ମହିଳାମାନେ ବିମାନ ବନ୍ଦର ଭିତରକୁ ପ୍ରବେଶ କରିବାକୁ ସେନା ଆଗରେ ଗୁହାରି କରିଛନ୍ତି।

କାବୁଲ ବିମାନବନ୍ଦରରେ ପ୍ରାୟ ୫୦ ହଜାରରୁ ଅଧିକ ଆଫଗାନବାସୀ ଉପସ୍ଥିତ ଅଛନ୍ତି, ଯେଉଁମାନେ କି ଦେଶ ଛାଡି ଯିବାକୁ ଚାହୁଁଛନ୍ତି। ଭୟ ରହିଛି ଯେ, ଯଦି ସେମୋନେ ଏଠାରେ ରହିବା ତେବେ ତାଙ୍କୁ ତାଲିବାନର କ୍ରୁରତାର ଶିକର ହେବାକୁ ପଡିବ। ତେବେ ଆମେରିକା ଏବଂ ନାଟୋ ଦେଶର ସେନା ପ୍ରଥମେ ତାଙ୍କ ନାଗରିକ ଏବଂ ସେମାନଙ୍କ ସହାୟତା କରୁଥିବା ଲୋକଙ୍କୁ ନିଜ ନିଜ ଦେଶରୁ ଆସୁଥିବା ବିମାନରେ ବସାଇ ସୁରକ୍ଷିତ ଭାବେ ସେଠାରୁ ପଠାଉଛନ୍ତି।

ସୂଚନା ମୁତାବକ, ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିନେଇଛି। ଏହା ପରେ ସେଠାକାରେ ତାଲିବାନୀଙ୍କ ସହ ରହିବା ଆଫଗାନ ମହିଳାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି। ସେପଟେ ତାଲିବାନ କିନ୍ତୁ ମହିଳାଙ୍କୁ ସ୍ୱାଧୀନତା ଦେବାକୁ ଘୋଷଣା କରିଛି। ସେମାନେ ଶିକ୍ଷା ଏବଂ କାର୍ଯ୍ୟରେ ଯୋଗ ଦେଇପାରିବେ।  ତେବେ ଏହି ସମୟରେ ମହିଳାଙ୍କୁ ବୁର୍ଖା ନ ପିନ୍ଧିଲେ ନାହିଁ କିନ୍ତୁ ହିଜାବ ପିନ୍ଧିବାକୁ ପଡିବ ବୋଲି ତାଲିବାନ କହିଛି।

The post ‘ଆମକୁ ରକ୍ଷା କର, ତାଲିବାନୀ ମାରିଦେବେ…’ appeared first on Odisha Reporter.



from Odisha Reporter https://ift.tt/3sxmeMx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages