ଶିଳ୍ପାଙ୍କ ମୁହଁରୁ ହସ ଗାଏବ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

ଶିଳ୍ପାଙ୍କ ମୁହଁରୁ ହସ ଗାଏବ, ଭିଡିଓ ଭାଇରାଲ

ମୁମ୍ବାଇ: ସ୍ୱାମୀଙ୍କ ଗିରଫଦାରୀ ପରେ ପ୍ରାୟ ମାସେ ଧରି ଲାଇମ୍‌ଲାଇଟ୍‌ରୁ ଦୂରେଇ ରହିଥିବା ଶିଳ୍ପା ପୁଣି ଥରେ ସେଟ୍‌କୁ ଫେରିଛନ୍ତି। ଦୀର୍ଘ ଦିନ ପରେ ସୁପର ଡ୍ୟାନ୍ସର ଚାପ୍ଟର-୪ ଶୋ’କୁ ଶିଳ୍ପା ଫେରିଛନ୍ତି। ଏଥିଯୋଗୁ ତାଙ୍କ ଫ୍ୟାନ୍ସ ଖୁବ୍‌ ଖୁସି ଥିବା ବେଳେ ଶିଳ୍ପାଙ୍କ ମୁହଁରୁ କିନ୍ତୁ ହଜିଯାଇଛି ହସ। ଏନେଇ ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ନାନା କମେଣ୍ଟ ଦେଉଛନ୍ତି ୟୁଜର୍ସ।

ଭିଡିଓରେ ଶିଳ୍ପା ନିଜ ଭ୍ୟାନିଟିତ ଭ୍ୟାନ୍‌ରୁ ବାହାରି ଶୁଟ୍‌ ପାଇଁ ଯାଉଛନ୍ତି। ସ୍କାଏ ବ୍ଲୁ ଓ ରେଡ ରଙ୍ଗର ଫ୍ଲୋଲାର ଶାଢିରେ ଶିଳ୍ପା ଖୁବ୍‌ ସୁନ୍ଦର ଲାଗୁଥିଲେ ବି ତାଙ୍କ ମୁହଁରୁ ହାସ ଗାଏବ ହୋଇଯାଇଛି। ସବୁବେଳେ କ୍ୟାମେରା ସାମନାରେ ପୋଜ ଦେଉଥିବା ଓ ହସୁଥିବା ଶିଳ୍ପା କିନ୍ତୁ ଖୁବ୍‌ ଚୁପ୍‌ ଓ ଉଦାସ ଦେଖାଯାଉଛନ୍ତି। କ୍ୟାମେରାକୁ କେବଳ ହାତ ହଲାଇ ସେଠାରେ ଚାଲି ଯାଇଥିଲେ ଶିଳ୍ପା।  ଏହାକୁ ନେଇ ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।

ଉଦାସ ମନରେ ଶୁଟିଂକୁ ଫେରିଛନ୍ତି ଶିଳ୍ପା।

 

ଆଜି ଶିଳ୍ପା କାହିଁକି ହସୁ ନାହାନ୍ତି ବୋଲି ଜଣେ ୟୁଜର କମେଣ୍ଟ କରିଥିବା ବେଳେ ରାଜ୍‌ ତାଙ୍କ କ୍ୟାରିଅର ବର୍ବାଦ କରିଦେଲେ ବୋଲି କମେଣ୍ଟ କରିଛନ୍ତି ଆଉ ଜଣେ ୟୁଜର। ଏହାବାଦ କିଛି ଲୋକ ଶିଳ୍ପାଙ୍କୁ ଜଣେ ଦୃଢମନା ମହିଳା ବୋଲି କହିବା ସହ ପୁଣି ଥରେ ସେ କାମକୁ ଫେରିଥିବାରୁ ଖୁସି ଲାଗୁଥିବା କହିଛନ୍ତି।

ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ରାଜ୍‌ କୁନ୍ଦ୍ରା ଗିରଫ ହେବା ପରଠୁ ଶିଳ୍ପା ଏକ ପ୍ରକାର କ୍ୟାମେରାଠୁ ଦୂରେଇ ଯାଇଥିଲେ। ଏପରିକି ସୁପର ଡ୍ୟାନ୍ସର ଶୋ’ ସୁଟ୍‌ କରିବା ବନ୍ଦ କରି ଦେଇଥିଲେ। ଏହା ମଧ୍ୟରେ ଶୋ’ରେ ଶିଳ୍ପାଙ୍କୁ ରିପ୍ଳେସ କରାଯିବ ବୋଲି ଶୁଣାଯାଉଥିବା ବେଳେ ଶିଳ୍ପାଙ୍କ କମ୍‌ବ୍ୟାକ୍‌ ପରେ ଏସବୁ ଚର୍ଚ୍ଚାରେ ବିରାମ ଲାଗିଛି।

 

View this post on Instagram

 

A post shared by Viral Bhayani (@viralbhayani)

The post ଶିଳ୍ପାଙ୍କ ମୁହଁରୁ ହସ ଗାଏବ, ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3y2L2NL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages