ଅହମ୍ମଦାବାଦ: ପାରା ଅଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ଭାବିନା ପଟେଲଙ୍କୁ ମିଳିବ ୩ କୋଟି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଦିବ୍ୟାଙ୍ଗ ଖେଳ ପ୍ରତିଭା ପ୍ରୋତ୍ସାହନ ପୁରସ୍କାର ଯୋଜନରେ ଟେବୁଲ ଟେନିସ ଖେଳାଳି ଭାବିନାଙ୍କ ପାଇଁ ୩ କୋଟିର ପୁରସ୍କାର ରାଶି ଘୋଷଣା କରିଛନ୍ତି।
ପ୍ରଥମ ଭାରତୀୟ ଭାବେ ଭାବିନା ଟିଟିରେ ପଦକ ଜିତିଛନ୍ତି। ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ସେ ରବିବାର ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ଫାଇନାଲ୍ ମ୍ୟାଚ୍ରେ ଭାବିନା ବିଶ୍ୱର ନମ୍ବର ୧ ଖେଳାଳି ଚୀନ୍ର ୟିଙ୍ଗ ଝୁ’ଙ୍କ ଠାରୁ ପରାସ୍ତ ହୋଇଯାଇଥିଲେ। ସେ ୦-୩ (୭-୧୧, ୫-୧୧, ୬-୧୧)ରେ ହାରି ଯାଇଥିଲେ।
ଭାବିନା ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସରେ ଭାଗ ନେଇଥିଲେ ଓ ଏଥିରେ ସେ ପଦକ ଆଣିବାରେ ସିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଚୀନର ୟିଙ୍ଗ ଝୁ’ ଷଷ୍ଠ ଥର ପାଇଁ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ରୌପ୍ୟ ପଦବ ପାଇବା ପରେ ଭାବିନାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ତାଙ୍କ ଦକ୍ଷତାକୁ ପ୍ରଶଂସା କରିବା ସହ ଇତିହାସ ଲେଖିଥିବା କହିଛନ୍ତି। ଏହା ସହ ମୋଦି ଟ୍ୱିଟ୍ କରି ମଧ୍ୟ ଭାବିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଲେଖିଛନ୍ତି ଭାବିନା ଇତିହାସ ରଚିଛନ୍ତି। ଐତିହାସିକ ରୌପ୍ୟ ପଦକ ସହ ଘରକୁ ଫେରିବେ। ତାଙ୍କ ଜୀବନର କାହାଣୀ ପ୍ରେରଣାଦାୟୀ। ଯାହାକି ଯୁବ ଖେଳାଳିଙ୍କୁ ଅଧିକ ଆକର୍ଷିତ କରିବ। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଭାବିନାଙ୍କ ନିଷ୍ଠା ଦେଶକୁ ଗୌରବାନ୍ୱିତ କରିଛି।
ସେପଟେ ରୌପ୍ୟ ପଦକ ଜିତିବା ପରେ ଭାବିନା କହିଛନ୍ତି, ଫାଇନାଲ ମୁକାବିଲାରେ ସେ ସାମାନ୍ୟ ନରଭସ ଥିଲେ। ଖେଳର ରଣନୀତିକୁ ସେ ଠିକ୍ ଭାବେ ପ୍ରୟୋଗ କରିପାରିନଥିଲେ। ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି। ସେ ତାଙ୍କର ରୌପ୍ୟ ପଦକକୁ ଦେଶବାସୀଙ୍କୁ ସମର୍ପଣ କରିଛନ୍ତି।
The post ଭାବିନାଙ୍କୁ ମିଳିବ ୩ କୋଟି appeared first on Odisha Reporter.
from Odisha Reporter https://ift.tt/3zrOVxj
No comments:
Post a Comment