ମୁମ୍ବାଇ: ବାଥରୁମ୍ରୁ ଉଦ୍ଧାର ହେଲା ଜଣାଶୁଣା ଫିଲ୍ମ କ୍ରିଟିକ ରଶିଦ୍ ଇରାନୀଙ୍କ ମୃତଦେହ। ପ୍ରାୟ ୩ ଦିନ ପୂର୍ବେ ତାଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଘରର କବାଟ ଭାଙ୍ଗି ତାଙ୍କ ମୃତଦେହକୁ ବାଥରୁମ୍ରୁ ଉଦ୍ଧାର କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି।
ମୃତ୍ୟୁ ବେଳକୁ ରଶିଦଙ୍କୁ ୭୪ ବର୍ଷ ହୋଇଥିଲା। ରଶିଦଙ୍କ ବନ୍ଧୁ ରଫିକ ଇଲିୟାସ୍ଙ୍କ କହିବା ମୁତାବକ, ଦକ୍ଷିଣ ମୁମ୍ବାଇ ନିକଟରେ ଥିବା ଧୋବିତାଲାବସ୍ଥିତ ନିଜ ଘରେ ରଶିଦ ପ୍ରାୟତଃ ୩ ଦିନ ପୂର୍ବରୁ ଅର୍ଥାତ ୩୦ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶୁକ୍ରବାର ସକାଳେ ଗାଧୋଇବା ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତାଙ୍କ ମୃତଦେହ ବାଥରୁମ୍ରୁ ହିଁ ଉଦ୍ଧାର ହୋଇଛି।
ପ୍ରଥମେ ରଶିଦ ସହର ବାହାରେ ଥିବା ନିକଟ ସମ୍ପର୍କୀୟ ଅନୁମାନ କରୁଥିଲେ । ଏଥିସହ ଖୁବ୍ଶୀଘ୍ର ଫେରି ଆସିବେ ବୋଲି ଭାବିଥିଲେ। ମାତ୍ର ଦୀର୍ଘ ଦିନ ପର୍ଯ୍ୟନ୍ତ ଫୋନ୍ ନ ଉଠାଇବାରୁ ଏ ନେଇ ପୁଲିସ୍କୁ ସୂଚନା ଦିଆଯାଇଥିଲା। ଏହାପରେ ପୁଲିସ୍ ଉପସ୍ଥିତିରେ ଘରର କବାଟ ଭଙ୍ଗାଯାଇ ରଶିଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଇଲିୟାସଙ୍କ କହିବା ମୁତାବକ, ରଶିଦ୍ ଦୀର୍ଘ ଦିନ ହେଲା ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରୁଥିଲେ। ଗତ ବର୍ଷ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ।
ମୁମ୍ବାଇ ପ୍ରେସ କ୍ଲବର ରଶିଦ ଜଣେ ସକ୍ରିୟ ସଦସ୍ୟ ରହିଥିବା ବେଳେ ତାଙ୍କ ମୃତ୍ୟୁରେ କ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି। ତାଙ୍କୁ ୨, ୩ ଦିନ ହେବ ଦେଖା ଯାଉ ନ ଥିବା ବେଳେ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଗଲା ବୋଲି କ୍ଲବ ପକ୍ଷରୁ କୁହାଯାଇଛି।
ରଶିଦଙ୍କ ମୃତ୍ୟୁରେ ବଲିଉଡ଼ର ବହୁ ଆଗଧାଡ଼ିର ସେଲିବ୍ରିଟି ଗଭୀର ଶୋକ ପ୍ରକାଶ କରି ଟ୍ୱିଟ କରିଛନ୍ତି। କରନ ଜୋହର, ସୁଧୀର ମିଶ୍ରା ପ୍ରମୁଖ ଟ୍ୱିଟ କରି ରଶିଦ୍ଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।
The post ବାଥରୁମ୍ରୁ ଉଦ୍ଧାର ହେଲା ଫିଲ୍ମ କ୍ରିଟିକ୍ଙ୍କ ମୃତଦେହ appeared first on Odisha Reporter.
from Odisha Reporter https://ift.tt/3fIzjxJ
No comments:
Post a Comment