ମମତାଙ୍କ ‘ଖେଲା ହୋବେ’  ନିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 2, 2021

ମମତାଙ୍କ ‘ଖେଲା ହୋବେ’  ନିଶା

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଫେରିଲା ଖେଲା ହୋବେ ଶ୍ଲୋଗାନ। ଦିଦିଙ୍କୁ ଘାରିଛି ‘ଖେଲା ହୋବେ’ ନିଶା। ଅଗଷ୍ଟ ୧୬କୁ ଖେଲା ହୋବେ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  ଏଥିପାଇଁ କୋଲକତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଏକ କାଯର୍ୟକ୍ରମ ଆୟୋଜନ କରାଯାଇଛି।

ଖେଲା ହେବ ଯୋଜନାରେ ପଶ୍ଚିମବଙ୍ଗର ୩୦୩ଟି ଫୁଟବଲ କ୍ଲବକୁ ୧୦ଟି ଲେଖାଏଁ ଫୁଟବଲ ବଣ୍ଟନ କରାଯିବ। ପ୍ରତି ଫୁଟବଲରେ ଜୟ ଫୁଟବଲ ଲେଖାଯାଇଛି।  ଏହି ଅବସରରେ ପଶ୍ଚିମବଙ୍ଗର ଅନେକ ସୁନାମଧନ୍ୟ ଫୁଟବଲ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମମତା ବାନାର୍ଜୀ। ଆଗାମୀ ଦିନରେ କ୍ରୀଡା ଓ ଯୁବସେବା ବିଭାଗ ରା ଏକ ଲକ୍ଷ ଫୁଟବଲ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଫୁଟବଲ୍ ଖେଳକୁ ପ୍ରୋତ୍ସାହନ ଦେବା ଲାଗି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଖେଲା ହୋବେ ଶ୍ଳୋଗାନକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା।  ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଖେଲା ହୋବେ ନାରା ବେଶ ଲୋକପ୍ରିୟ ହୋଇଥିଲା।  ଏଥିସହ ନିର୍ବାଚନରେ ଦଳକୁ ସଫଳତା ମଧ୍ୟ ମିଳିଥିଲା।  ତେଣୁ ଅଗଷ୍ଟ ୧୬କୁ ଖେଲା ହୋବେ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ମମତା ବାନାର୍ଜୀ।

ସେପଟେ ପଶ୍ଚିମବଙ୍ଗର ମୁଖ୍ୟ ବିରୋଧୀ ଦଳ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଉଛି।  ଅଗଷ୍ଟ ୧୬କୁ ବିଜେପି ପକ୍ଷରୁ ବଙ୍ଗଳା ବଞ୍ଚାଓ ଦିବସ ଭାବେ ପାଳନ କରିବାକୁ ସ୍ଥିର କରାଯାଇଛି।  ଖେଳ ନୁହେଁ ଯୁବକମାନଙ୍କୁ ରୋଜଗାର ଦେବାକୁ ଦଳ ଦାବି କରିଛି।

The post ମମତାଙ୍କ ‘ଖେଲା ହୋବେ’  ନିଶା appeared first on Odisha Reporter.



from Odisha Reporter https://ift.tt/3ilXHa8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages