ନୂଆଦିଲ୍ଲୀ: ବୋମା ମାଡ କରି ଉଡାଇଦେବି ଦିଲ୍ଲୀ ବିମାନ ବନ୍ଦର। ଏଭଳି କିଛି ଆସିଛି ଧମକ। ଦିଲ୍ଲୀ ପୁଲିସକୁ ଏକ ଇ-ମେଲ ଜରିଆରେ ଆତଙ୍କବାଦୀ ସଂଗଠନ ଅଲକାଏଦା ଏଭଳି ଧମକ ଦେଇଛି। ଏହାପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ india.212@protonmail.comରେ ଏହି ଇ-ମେଲ୍ ଆସିଥିଲା। ଏହାର ସବଜେକ୍ଟରେ ଲେଖିଥିଲା, ‘ ଆତଙ୍କବାଦୀ ସଂଗଠନ ଅଲକାଏଦା ତରଫରୁ ଆଇଜିଆଇ ବିମାନ ବନ୍ଦର ଉପରେ ବୋମା ମାଡ ଷଡଯନ୍ତ୍ର’। ଏକ ଦମ୍ପତିଙ୍କ ନାଁରେ ଏହି ଧମକ ଆସିଛି।
କରଣବୀର ସୁରି ଓରଫ ମହମ୍ମଦ ଜାଲାଲ ଏବଂ ତାଙ୍କ ପତ୍ନୀ ଶୈଲୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ଏ ଦୁହେଁ ଆସନ୍ତା ଦିନେରୁ ତିନି ଦିନ ମଧ୍ୟରେ ବିମାନବନ୍ଦରରେ ବୋମା ଲଗାଇବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଇ-ମେଲ୍ରେ ଲୋଖା ହୋଇଛି।
ଏହି ଇ-ମେଲ ଆସିବା ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ସମସ୍ତ ସୁରକ୍ଷା ଏଜେନ୍ସିକୁ ସତର୍କ କରାଯାଇଛି। ଏହା ସହିତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି। ବିମାନବନ୍ଦରର ସମସ୍ତ ଟର୍ମିନାଲରେ ଆଣ୍ଟି ସାବୋଟେଜ୍ ଯାଞ୍ଚ ଆରମ୍ଭ ହୋଇଛି। ବିମାନ ବନ୍ଦରକୁ ଆସସୁଥିବା ଯାନବାହାନଗୁଡିକ ଯାଞ୍ଚ କରାଯାଉଛି ଏବଂ କ୍ରମାଗତ ଭାବରେ ପେଟ୍ରୋଲିଂ ମଧ୍ୟ ଜାରି ରହିଛି।
ପୁଲିସ କହିବା ମୁତାବକ, ପୂର୍ବରୁ ମଧ୍ୟ ଗତ ମାର୍ଚ୍ଚ ୨୧ ତାରିଖରେ ଏଭଳି ହିଁ ଧମକ ପୂର୍ଣ୍ଣ ମେଲ୍ ଆସିଥିଲା। ଏଥିରେ କରଣବୀର ଏବଂ ଶୈଲୀଙ୍କୁ ଆଇଏସଆଇଏସ୍ର ସଦସ୍ୟ ବୋଲି କୁହାଯାଇଥିଲା। ସେଥିରେ ମଧ୍ୟ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏଦୁହେଁ ଭାରତ ଆସି ବିମାନ ବନ୍ଦରରେ ବୋମା ମାଡ କରିବାକୁ ଷଡଯନ୍ତ୍ର କରୁଥିବା ନେଇ ଲେଖା ହୋଇଥିଲା।
Delhi:IGI PS informed Airport Operations Control Centre y'day about a bomb threat e-mail received on planned bomb blast by Al Qaeda Sargana at IGI airport. It stated Karanbir Suri alias Mohamad Jalal&his wife Shaily Shara alias Haseena are coming to India on Sunday from Singapore
— ANI (@ANI) August 8, 2021
As per SOPs, Security Operations Control Centre informed all concerned agencies & has alerted personnel. Anti-sabotage check has been carried at all terminals of IGI Airport, access control, vehicle checking at entry nakas & patrolling has been intensified.
— ANI (@ANI) August 8, 2021
The post ଦିଲ୍ଲୀ ବିମାନ ବନ୍ଦର ଉପରେ ବୋମା ମାଡ଼ ଧମକ appeared first on Odisha Reporter.
from Odisha Reporter https://ift.tt/3CrzcA2
No comments:
Post a Comment