‘ତୃତୀୟ ଲହର କୋପ; ଦୈନିକ ଚିହ୍ନଟ ହେବେ ୧୯ ହଜାର ପଜିଟିଭ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

‘ତୃତୀୟ ଲହର କୋପ; ଦୈନିକ ଚିହ୍ନଟ ହେବେ ୧୯ ହଜାର ପଜିଟିଭ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତୃତୀୟ ଲହର ଆସିଲେ ତାର କୋପ ୭୫ ଦିନ ପର୍ଯ୍ୟନ୍ତ ରହିପାରେ । ସେହି ସମୟରେ ଓଡ଼ିଶାରେ ସର୍ବାଧିକ ଦୈନିକ ସଂକ୍ରମଣ ୧୯ ହଜାର ଛୁଇଁପାରେ । ପ୍ରତିଦିନ ହାରାହାରି ୧୦ ହଜାର ପଜିଟିଭ୍ ବାହାରିପାରନ୍ତି  । ଏଥିପାଇଁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରସ୍ତୁତ ରୁହ ।’  କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁସାରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏପରି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର  ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ତଳ ମୁହାଁ ଥିବା ବେଳେ ପ୍ରତିଦିନ ହଜାରେରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଚିନ୍ତା ବଢ଼ାଉଛି ପିଲାଙ୍କ ସଂକ୍ରମଣ।  ପ୍ରତିଦିନ ପ୍ରାୟ ଶହେ ଉପରେ ପିଲା ପଜିଟିଭ ଚିହ୍ନଟ ହେଉଥିବା ବେଳେ  ତୃତୀୟ ଲହରରେ ସେମାନେ ଅଧିକ ଆକ୍ରାନ୍ତ  ହେବେ ବୋଲି ଆକଳନ କରାଯାଇଛି।

ତେଣୁ ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର  ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।  ଏମର୍ଜେନ୍ସି କୋଭିଡ୍ ରେସ୍ପନ୍ସ ପ୍ଲାନ୍ ୨୦୨୧-୨୨ ଅନୁସାରେ କୋଭିଡ୍ ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି । ୨୪୫ଟି ସିଏମସି, ୫୫୧ଟି ପିଏଚ୍‌ସିରେ କୋଭିଡ୍ କେୟାର ସେଣ୍ଟର ପାଇଁ ୧୩୯ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି ।

୭୪୦ ଆଇସିୟୁ ବେଡ୍ ପାଇଁ ୧୨୪ କୋଟି, ୨୮ଟି ଫିଲ୍ଡ ହସ୍ପିଟାଲ ପାଇଁ ୧୭୬ କୋଟି, ମେଡିସିନ ପାଇଁ ୩୦ କୋଟି, ଶିଶୁରୋଗ ଚିକିତ୍ସା ୟୁନିଟ୍ ପାଇଁ ୭୫ କୋଟି,  ଆରଟିପିସିଆର ଏବଂ ଆଣ୍ଟିଜେନ୍ ଟେଷ୍ଟି ପାଇଁ ୯୪ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି  ।

ସେପଟେ ଆଜି ରାଜ୍ୟରେ ୮୪୯ ପଜିଟିଭ ବାହାରିଛନ୍ତି  । କଟକରୁ ୧୧୫, ଖୋର୍ଦ୍ଧାରୁ ୩୧୩ ଜଣ ଅଛନ୍ତି   ଦିନକ ଭିତରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୩୦ ଜଣ ଅଛନ୍ତି ।

The post ‘ତୃତୀୟ ଲହର କୋପ; ଦୈନିକ ଚିହ୍ନଟ ହେବେ ୧୯ ହଜାର ପଜିଟିଭ’ appeared first on Odisha Reporter.



from Odisha Reporter https://ift.tt/3kurKfx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages