ରାଖୀଙ୍କୁ କାମୁଡ଼ିଲା କୁକୁର! କହିଲେ-ମୁଁ ବି କାମୁଡ଼ିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

ରାଖୀଙ୍କୁ କାମୁଡ଼ିଲା କୁକୁର! କହିଲେ-ମୁଁ ବି କାମୁଡ଼ିବି

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ସେ ପ୍ରାୟତଃ ଏଭଳି କିଛି କରନ୍ତି, ଯେଉଁଥିପାଇଁ ସର୍ବଦା ଲାଇମଲାଇଟ୍‌ରେ ରୁହନ୍ତି। ନିକଟରେ ରାଖୀ ସ୍ପାଇଡର ମ୍ୟାନ୍‌ ସାଜିଥିଲେ। ବିଗ୍‌ ବସ୍‌ OTT କୁ ଯିବା ପାଇଁ ସ୍ପାଇଡର୍ ମ୍ୟାନ୍‌ ରୂପ ନେଇଥିଲେ ରାଖୀ, ଯାହା ଲୋକଙ୍କୁ ବେଶ ମନୋରଞ୍ଜନ କରିଥିଲା। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ରାଖୀଙ୍କ ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯାହା ପୁଣି ଥରେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ବିଗ୍‌ ବସ୍‌ ସେଟ୍‌ରେ ତାଙ୍କୁ କୁକୁର କାମୁଡି ଦେଇଥିବା ଭିଡିଓରେ ରାଖୀ କହୁଛନ୍ତି। ଏହି ଭିଡିଓକୁ ନିଜେ ରାଖୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ସେ ଭିଡିଓରେ କହୁଛନ୍ତି ଯେ, ତାଙ୍କୁ କୁକୁର କାମୁଡି ଦେଇଥିଲା। ଏଥିପାଇଁ ସେ ଦୁଇ ଦିନ ଯାଏଁ ଘରେ ରେଷ୍ଟ କରୁଥିଲେ। ରାଖୀ ବିରକ୍ତି ହୋଇ କହୁଛନ୍ତି, ‘ଜୀବନ ନଷ୍ଟ ହୋଇ ଗଲାଣି, କେତେବେଳେ ଟିକା ଇଞ୍ଜେକସନ ତ ଆଉ କେତେବେଳେ କୁକୁର କାମୁଡିବା ଇଞ୍ଜେକସନ, ତ ପୁଣି କେତେବେଳେ ମଲ୍ଟି ଭିଟାମିନ ଇଞ୍ଜେକ୍ସନ। ମୁଁ ଭାବୁଛି ଯେଉଁ କୁକୁର ମୋତେ କାମୁଡି ଥିଲା ତାକୁ ମୁଁ ପୁଣି କାମୁଡି ଦେବି।’

ବିଗ୍‌ ବସ୍‌ ସେଟ୍‌ରେ ତାଙ୍କୁ କୁକୁର କାମୁଡି ଦେଇଥିବା ରାଖୀ କହୁଛନ୍ତି।

ରାଖୀଙ୍କ ଏହି ମଜାଦାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକେ ତାଙ୍କର ଏଭଳି ମଜାଳିଆ ଅନ୍ଦାଜକୁ ପସନ୍ଦ ମଧ୍ୟ କରୁଛନ୍ତି। ଏବେ ଯାଏଁ ଏହି ଭିଡିଓକୁ ୧ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ସୂଚନା ମୁତାବକ, ନିକଟରେ ରାଖୀ ସାୱାନ୍ତ ବିଗ୍‌ ବସ୍‌ ଓଟିଟିର ସେଟ୍‌ରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ ଶୋ’ର ହୋଷ୍ଟ କରଣ ଜୋହର ଏବଂ ପ୍ରତିଯୋଗୀଙ୍କ ସହ ଫୁଲ୍‌ ଦମ୍‌ରେ ମଜା ମସ୍ତି କରିଥିଲେ। ଏହି ସମୟରେ ସେ ଏକ ପିଚ୍‌ କଲର୍‌ର ଗାଉନ୍ ପିନ୍ଧିଥିଲେ। ଏହି ଗାଉନ୍‌କୁ ପିନ୍ଧି ରାଖୀ ବେଶ୍ ସୁନ୍ଦର ମଧ୍ୟ ଲାଗୁଥିଲେ।

 

View this post on Instagram

 

A post shared by Rakhi Sawant (@rakhisawant2511)

The post ରାଖୀଙ୍କୁ କାମୁଡ଼ିଲା କୁକୁର! କହିଲେ-ମୁଁ ବି କାମୁଡ଼ିବି appeared first on Odisha Reporter.



from Odisha Reporter https://ift.tt/3jiy3U8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages