ଚାଲିଗଲେ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

ଚାଲିଗଲେ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୀବନ ଯୁଦ୍ଧରେ ହାରିଗଲେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା। ଆଜି ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ମନୋଜ ଜେନା ଏହି ସୂଚନା ଦେଇଛନ୍ତି। ସଂଗ୍ରାମ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ।

ମୃତ୍ୟୁ ବେଳକୁ ସଂଗ୍ରାମଙ୍କୁ ୪୪ ବର୍ଷ ହୋଇଥିଲା। ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ। ୮୪ ଦିନ ହେଲା ଇକ୍‌ମୋ ଚିକିତ୍ସାରେ ରହିଥିଲେ। ତାଙ୍କ ଅବସ୍ଥାରେ ସୁଧାର ମଧ୍ୟ ଆସିଥିଲା। ତେବେ ଆଜି ସକାଳେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା।

କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ମେ’ ମାସ ଶେଷ ସପ୍ତାହରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ନିଆଯାଇଥିଲା। ତା’ପୂର୍ବରୁ ଓଡ଼ିଶାରେ ୩ ସପ୍ତାହରୁ ଅଧିକ ଦିନ ଧରି ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ସଂଗ୍ରାମଙ୍କ ମୃତଦେହକୁ ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯିବ।

ସୂଚନାଯୋଗ୍ୟ, ସଂଗ୍ରାମ ୨୦୧୪ ସାଧାରଣ ନିର୍ବାଚନରେ ଭଦ୍ରକ ଲୋକସଭା ଆସନରେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦବୀ ପାଇଁ ମଧ୍ୟ ଲଢ଼ିଥିଲେ।

 

The post ଚାଲିଗଲେ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ appeared first on Odisha Reporter.



from Odisha Reporter https://ift.tt/2W9GnN9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages