ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୩୦ ତାରିଖରୁ ‘ତରଙ୍ଗ ଟିଭି’ ଓ ‘ତରଙ୍ଗ ପ୍ଲସ’ରେ ପ୍ରସାରିତ ହେବ ଧାରାବାହିକ ‘ଶ୍ରୀମନ୍ଦିର’। ପ୍ରତି ସୋମବାରରୁ ଶନିବାର ରାତି ସାଢ଼େ ୯ଟାରେ ଏହା ପ୍ରସାରିତ ହେବ। ମହାପ୍ରଭୁ ଜଗନ୍ନାଥଙ୍କ ମାହାତ୍ମ୍ୟ ଓ ବୀର ପ୍ରତାପ ପୁରୁଷୋତ୍ତମଦେବଙ୍କ ଘଟଣାବହୁଳ କାହାଣୀକୁ ନେଇ ଏହି ଧାରାବାହିକ ପ୍ରସ୍ତୁତ ହୋଇଛି।
ପ୍ରସାରଣ ପୂର୍ବରୁ ଆସିଛି ଏହି ଧାରାବାହିକର ଟାଇଟଲ୍ ସଙ୍ଗ୍ ବା ଶୀର୍ଷକ ଗୀତ। ଏହି ଗୀତର ବିଶେଷତ୍ତ୍ୱ ହେଉଛି ଏହାକୁ ପ୍ରସ୍ତୁତ କରିବାରେ କୌଣସି ପ୍ରକାର ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇନି। ଶୀର୍ଷକ ଗୀତଟିକୁ କିଛି ନୂଆ କରିବା ଲକ୍ଷ୍ୟରେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ନିର୍ଦ୍ଦେଶନାରେ କେବଳ ଗାୟକ ଓ ଗାୟିକାଙ୍କ କଣ୍ଠସ୍ୱରରେ ଏହାକୁ ପ୍ରସ୍ତୁତ କରାଯାଇଛି। ତାଳି ଓ ସ୍ୱରକୁ ବ୍ୟବହାର କରାଯାଇ ଗୀତଟିକୁ ପ୍ରସ୍ତୁତ କରାଯାଇଛି।
ଏହି ଶୀର୍ଷକ ଗୀତଟିର ଆଉ ଏକ ବିଶେଷତ୍ତ୍ୱ ହେଉଛି ଏଥିରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ଆଗଧାଡ଼ିର ୧୫ ଜଣ କଣ୍ଠଶିଳ୍ପୀ। ଗୀତଟିକୁ ଲେଖିଛନ୍ତି ଗୀତିକାର ଦେବୀଦତ୍ତ ମହାନ୍ତି।
The post ବିନା ବାଦ୍ୟଯନ୍ତ୍ରରେ ପ୍ରସ୍ତୁତ ହୋଇଛି ‘ଶ୍ରୀମନ୍ଦିର’ର ଶୀର୍ଷକ ଗୀତ appeared first on Odisha Reporter.
from Odisha Reporter https://ift.tt/3yca7pA
No comments:
Post a Comment