ଭାରତୀୟଙ୍କୁ ଆସିବାକୁ ଦେଉ ନାହାନ୍ତି ତାଲିବାନ, ଗୁଳି ଚଳାଇ କଲେ ରାସ୍ତା ଅବରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

ଭାରତୀୟଙ୍କୁ ଆସିବାକୁ ଦେଉ ନାହାନ୍ତି ତାଲିବାନ, ଗୁଳି ଚଳାଇ କଲେ ରାସ୍ତା ଅବରୋଧ

କାବୁଲ: କାବୁଲର କସାବା ଅଞ୍ଚଳରେ ପ୍ରାୟ ୨୦୦ ଭାରତୀୟ ନାଗରିକ ଫସି ହୋଇ ରହିଛନ୍ତି। ଏହି ଭାରତୀୟ ନାଗରିକମାନେ ଗରଡା ନାମକ ଏକ ସୁରକ୍ଷା କମ୍ପାନୀରେ କାମ କରନ୍ତି। କାବୁଲ ବିମାନବନ୍ଦର ଅଭିମୁଖେ ଏମାନେ ଯାଉଥିବାବେଳେ ତାଲିବାନ ଗୁଳି ଚଳାଇ ରାସ୍ତା ଅବରୋଧ କରିଥିବା ‘ଟାଇମ୍ସ ନାଓ’ ଚ୍ୟାନେଲର ଏକ ରିପୋର୍ଟରୁ ଜଣାପଡ଼ିଛି। ଏବେ ତାଲିବାନ ମାନେ କମ୍ପାନୀର ଫାଟକ ବାହାରେ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି। ରବିବାର ଆଫଗାନିସ୍ତାନକୁ ତାଲିବାନ କବଜା କରିଥିଲା। ଏହାପରେ କମ୍ପାନୀ ଭିତରେ ବନ୍ଦୀ ହୋଇ ରହିଥିଲେ ଭାରତୀୟ ନାଗରିକ।

ଗରଡା ନାମକ ଏକ ସୁରକ୍ଷା କମ୍ପାନୀରେ କାମ କରୁଥିବା ଏହି ୨୦୦ ଭାରତୀୟ ଗୁରୁବାର ବସ୍ ଏବଂ ଅନ୍ୟାନ୍ୟ ଗାଡିରେ ବିମାନବନ୍ଦର ଅଭିମୁଖେ ଆସୁଥିଲେ। ତେବେ ତାଲିବାନ ଏହି ସମୟରେ ରାସ୍ତା ଉପରେ ଗୁଳି ଚଳାଇଥିଲା। ଏପରି କରି ଭାରତୀୟଙ୍କ ରାସ୍ତା ଅବରୋଧ କରିଥିଲେ ତାଲିବାନ। ଏହାପରେ ଭାରତୀୟ ନାଗରିକ କମ୍ପାନୀ ଭିତରେ ପ୍ରବେଶ କରି ଯାଇଥିଲେ। ସହାୟତା କରିବାକୁ ବୈଦେଶିକ ମନ୍ତ୍ରାଳୟକୁ ସେମାନେ ନିବେଦନ କରିଛନ୍ତି। ହେଲେ କମ୍ପାନୀର ଫାଟକ ବାହାରେ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି ତାଲିବାନ। ଭୟଭୀତ କରିବାକୁ ଯାଇ ତାଲିବାନ ମଝିରେ ମଝିରେ ଗୁଳି ଫୁଟାଉଛନ୍ତି ବୋଲି ସୂଚନା ରହିଛି। ହତ୍ୟାର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରି ଭୟଭୀତ ହୋଇପଡ଼ିଛନ୍ତି ଭାରତୀୟ।

ତେବେ ମିଳିଥିବା ସୂଚନା ଅନୁସାରେ ସୁରକ୍ଷା କମ୍ପାନୀରେ କାମ କରୁଥିବା ଭାରତୀୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା। ତାଲିବାନ ସେମାନଙ୍କୁ ଅସ୍ତ୍ର ହସ୍ତାନ୍ତର କରିବାକୁ କହିଥିଲେ।

ଭାରତ ଏବେ ଜରୁରୀକାଳୀନ ଭିତରେ ଆଫଗାନିସ୍ତାନରେ ଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରୁଛି। ଗତକାଲି ଏହି ୨୦୦ ଭାରତୀୟ ବିମାନ ବନ୍ଦରରେ ପହଞ୍ଚିବାର ଥିଲା। ଯେଉଁ ବିମାନ ବନ୍ଦର ସହିତ ଭାରତ ସରକାର ଯୋଗାଯୋଗରେ ଅଛନ୍ତି ତାହା ଆମେରିକା ସେନା ଅଧୀନରେ ରହିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକା ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଥିବା ସୂଚନା ରହିଛି।

The post ଭାରତୀୟଙ୍କୁ ଆସିବାକୁ ଦେଉ ନାହାନ୍ତି ତାଲିବାନ, ଗୁଳି ଚଳାଇ କଲେ ରାସ୍ତା ଅବରୋଧ appeared first on Odisha Reporter.



from Odisha Reporter https://ift.tt/2UwiQVI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages