ଆଫଗାନିସ୍ତାନ: ବର୍ବରତାର ଟପିଲା ସବୁ ସୀମା। ପାଲଟିଗଲେ ପିସାଚ। ଟାଇଟ୍ ପୋଷକ ପିନ୍ଧିବାରୁ ଯୁବତୀଙ୍କ ଉପରେ କଲେ ଗୁଳିମାଡ। ଆଫଗାନିସ୍ତାନର ଉତ୍ତର ବଲ୍ଖ ଅଞ୍ଚଳରେ ଏହି ଘଟଣା ଘଟିଛି।
ଆଫଗାନିସ୍ତାନରୁ ଆମେରିକାର ତା’ର ସୈନ୍ୟ ପ୍ରତ୍ୟାହାର କରିବା ପରେ ସେଠାରେ ତାଲିବାନର କ୍ରୁରତା ବଢ଼ିବାରେ ଲାଗିଛି। ତାଲିବାନ ଆତଙ୍କବାଦୀମାନେ ସମ୍ପ୍ରତି ଜଣେ ଯୁବତୀଙ୍କୁ ଟାଇଟ୍ ପୋଷାକ ପିନ୍ଧିଥିବାରୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ରିପୋର୍ଟ ମୁତାବକ, ଉତ୍ତର ବଲ୍ଖ ଅଞ୍ଚଳସ୍ଥିତ ସମର କାନ୍ଦିଆନ୍ର ଏକ ଗାଁ ଏବେ ପୁରାପୂରି ତାଲିବାନୀଙ୍କ କବ୍ଜାରେ ରହିଛି। ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ମୃତ ଯୁବତୀଙ୍କ ନାଁ ନାଜନିନ୍ ଏବଂ ତାଙ୍କ ୨୧ ବର୍ଷ। ଯୁବତୀ ଜଣକ ନିଜ ଗାଁରୁ ବାହାରି ବଲ୍ଖର ରାଜଧାନୀ ମଜାର-ଏ-ସରିଫକୁ ଯିବା ଲାଗି କାରରେ ବସିବାକୁ ଯାଉଥିଲେ। ଏତିକିବେଳେ ତାଲିବାନୀ ସଦସ୍ୟମାନେ ତାଙ୍କ ଉପରକୁ ଗୁଳି କରି ହତ୍ୟା କରିଥିଲେ। ଯୁବତୀ ଜଣକ ବୁର୍ଖା ମଧ୍ୟ ପିନ୍ଧିଥିଲେ।
ଉକ୍ତ ଯୁବତୀ ଜଣକ ବାହାରକୁ ଆସିବା ସମୟରେ ତାଙ୍କ ସହ କୌଣସି ପୁରୁଷ ନଥିଲେ। ତାଲିବାନି ଆଇନ୍ ଅନୁଯାୟୀ ଏହା ଦୋଷାବହ ହୋଇଥିବାରୁ ଯୁବତୀ ଜଣକଙ୍କୁ ଆତଙ୍କବାଦୀମାନେ ଏଭଳି ଦଣ୍ଡ ଦେଇଛନ୍ତି ବୋଲି ପୁଲିସ କହିଛି। ସେପଟେ ଏହି ଅଭିଯୋଗକୁ ତାଲିବାନ ଅସ୍ୱୀକାର କରିଛି।
ଦ ଡେଲି ମେଲ୍ର ରିପୋର୍ଟ ଅନୁସାରେ, ଆଫଗାନିସ୍ତାନରେ ଏବେ ଧୀରେ ଧୀରେ ତାଲିବାନର କବ୍ଜା ବଢ଼ିବାରେ ଲାଗିଛି। ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବା ପାଇଁ ଚେଷ୍ଟା କରୁଛି ତାଲିବାନ। ଯୁବତୀ ଏବଂ ମହିଳାଙ୍କ ଉପରେ ମଧ୍ୟ ତାଲିବାନ ଆତଙ୍କବାଦୀଙ୍କ ଅତ୍ୟାଚାର ବଢ଼ି ଚାଲିଛି। ଯୁବତୀ ଏବଂ ମହିଳାଙ୍କୁ ଅପରହଣ କରି ତାଲିବାନ ସଦସ୍ୟମାନେ ଜୋର ଜବରଦସ୍ତ ସେମାନଙ୍କ ସହ ବିବାହ କରୁଛନ୍ତି। ତାଲିବାନର ବଢ଼ୁଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ପରିବାର ଲୋକ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି। ଆତଙ୍କବାଦୀଙ୍କ ଠାରୁ ମହିଳାଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କୁ କାବୁଲ ପଠାଇ ଦିଆଯାଉଛି।
The post ସୀମା ଟପିଲା ବର୍ବରତା, ଟାଇଟ୍ ଡ୍ରେସ ପିନ୍ଧିବାରୁ ଗୁଳି କରି ହତ୍ୟା appeared first on Odisha Reporter.
from Odisha Reporter https://ift.tt/3xAwjtb
No comments:
Post a Comment