ମମତାଙ୍କ ରାଜ୍ୟରେ ପୁଳା ପୁଳା ଆଫଗାନିସ୍ତାନ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 30, 2021

ମମତାଙ୍କ ରାଜ୍ୟରେ ପୁଳା ପୁଳା ଆଫଗାନିସ୍ତାନ ଟଙ୍କା

କୋଲକାତା: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ଚାରିଆଡେ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜ୍ୟ ପଶ୍ଚିମବଙ୍ଗରୁ ବିପୁଳ ପରିମାଣରେ ଆଫଗାନିସ୍ତାନ ମୁଦ୍ରା ଜବତ ହୋଇଛି। ଏହି ଘଟଣାରେ କୋଲକାତା ପୁଲିସ ୨ଜଣଙ୍କୁ ଗିରଫ ମଧ୍ୟ କରିଛି।

ସୂଚନା ମୁତାବକ, ଗୁପ୍ତ ସୂଚନା ପାଇଁ କୋଲକାତା ହେୟାର ଷ୍ଟ୍ରିଟ୍‌ ଥାନା ପୁଲିସ ବିବିଡି ବାଗ ଅଞ୍ଚଳରେ ଚଢ଼ାଉ କରିଥିଲା। ସେଠାରେ ଦୁଇ ଜଣକଙ୍କ ନିକଟରୁ ପାଖାପାଖି ୨୫ ଲକ୍ଷ ୮ ହଜାର ଟଙ୍କାର ଆଫଗାନୀ ମୁଦ୍ରା ଜବତ କରିଛି ପୁଲିସ।

ଗିରଫ ସନ୍ଧିଗ୍ଧମାନେ ଆଫଗାନିସ୍ତାନର ନାଗରିକ ବୋଲି ଜଣାପଡିଛି। ଆଫଗାନିସ୍ତାନର ବାସିନ୍ଦାମାନେ ସାଧାରଣତଃ କେନ୍ଦ୍ରୀୟ ଏବଂ ଦକ୍ଷିଣ କୋଲକାତାର ବିଭିନ୍ନ ସ୍ଥାନରେ କାବୁଲିୱାଲା ଭାବରେ ଜଣାଶୁଣା। ସେମାନେ ଋଣ ଦେବା ବ୍ୟବସାୟ କରନ୍ତି, ଏହି ବ୍ୟବସାୟ ଭାରତୀୟ ଟଙ୍କାରେ କରାଯାଇଥାଏ। ଏଥିପାଇଁ ପୁଲିସ ଏତେ ପରିମାଣର ଟଙ୍କା କୋଲକାତାକୁ କିଭଳି ଆସିଲା ଏବଂ ଗିରଫ ଦୁଇ ସନ୍ଧିଗ୍ଧଙ୍କ ଉଦ୍ଦେଶ୍ୟ କ’ଣ ସେନେଇ ତଦନ୍ତ ଚଳାଇଛି। ଏମାନଙ୍କ ସହ ଆଉ କିଏ ସାମିଲ ଅଛନ୍ତି ନା ନାହିଁ ସେ ନେଇ ମଧ୍ୟ ପୁଲିସ ଯାଂଚ ଜାରି ରଖିଛି।

ସେପଟେ ଆଜି ବିଜେପି ନେତା ଦିଲୀପ ଘୋଷ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗରେ ତାଲିବାନୀ କନେକସନ ଥିବା ଅଭିଯୋଗ ଉଠାଇଛନ୍ତି। ସେ କହିଛନ୍ତି, ‘ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ପାଲଟିଛି ରାଜ୍ୟ। ଏହି ରାଜ୍ୟ ସର୍ବଦା ଏଭଳି ହିଁ ରହିଆସିଛି। ଆତଙ୍କବାଦୀମାନେ ଏଠାକୁ ଆସି ଆଶ୍ରୟ ନେଇଛନ୍ତି। ମଣିପୁର, ଆସାମ ଏବଂ ମିଜୋରାମର ମାଓବାଦୀମାନେ ଏଠାକୁ ଆସି ଆଶ୍ରୟ ନେଉଛନ୍ତି ଏବଂ ଧରାପଡିଛନ୍ତି। ବାଂଲାଦେଶରୁ ଆସିଥିବା ସମସ୍ତ ସିମି-ଜାମାତ ଆତଙ୍କବାଦୀ ଏବଂ ରୋହିଙ୍ଗ୍ୟା ଅନୁ ପ୍ରବେଶକାରୀମାନେ ଏଠାରେ ଆଶ୍ରୟ ନେଇଥିଲେ।

ଏଠାରେ ଆଫଗାନିସ୍ତାନର ପ୍ରଚୁର ଟଙ୍କା ରହିଛି। ଏଠାରେ କାହିଁକି ବାରମ୍ବାର ବିସ୍ଫୋରଣ ଘଟେ? ଏହି ସମସ୍ତ କାରଣ ପାଇଁ ସ୍ଥାନୀୟ ପ୍ରଶାସନ ଦାୟୀ। ଏମାନଙ୍କୁ ନିୟନ୍ତ୍ରଣ କରିବା ନେଇ ପଶ୍ଚିମବଙ୍ଗ ସରକାର ଚିନ୍ତା କରିବା ଉଚିତ। ଯଦି ସରକାର ସତର୍କ ନ ହୁଅନ୍ତି ତେବେ ଏଠାରେ ଥିବା ଲୋକଙ୍କ ଜୀବନ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।’

The post ମମତାଙ୍କ ରାଜ୍ୟରେ ପୁଳା ପୁଳା ଆଫଗାନିସ୍ତାନ ଟଙ୍କା appeared first on Odisha Reporter.



from Odisha Reporter https://ift.tt/3BrgE1s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages