କାବୁଲ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବହୁ ସଂଖ୍ୟାର ଲୋକେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି। ଯେଉଁ କାରଣରୁ ବିପୁଳ ସଂଖ୍ୟାର ଲୋକ କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚୁଛନ୍ତି। ଏହାରି ଭିତରେ ରବିବାର କାବୁଲ୍ ଏୟାରପୋର୍ଟ ନିକଟରେ ଘଟିଛି ବଡ଼ ଅଘଟଣ। ପ୍ରବଳ ଭିଡ଼ ଭିତରେ ଦଳଚକଟା ହୋଇଛି, ଯେଉଁଥିରେ ୭ ଆଫଗାନିସ୍ତାନ ନାଗରିକଙ୍କର ମୃତ୍ୟୁ ହୋଇଛି। ବ୍ରିଟିଶ ସେନା ପକ୍ଷରୁ ଏହାର ସୂଚନା ଦିଆଯାଇଛି।
କୁହାଯାଉଛି ଯେ ତାଲିବାନର କିଛି ଲୋକେ ଏୟାରପୋର୍ଟରେ ଅଚାନକ ଅତର୍କିତ ଗୁଳି ବର୍ଷା କରିଥିଲେ। ଯାହା ଭୟରେ ଭିଡ଼ ଭିତରେ ଲୋକମାନେ ଦୌଡ଼ିବା ଆରମ୍ଭ କରିଥିଲେ। ଆଉ ଏହି ଦୌଡ଼ିବା ସମୟରେ ଦଳଚକଟା ଘଟିବାରୁ ୭ଜଣଙ୍କର ମୃତ୍ୟୁ ଘଟିଛି।
ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ‘ତାଲିବାନ କବଳରୁ ରକ୍ଷା ପାଇଁ ଦେଶ ଛାଡ଼ି ପଳାଉଥିବା ଲୋକଙ୍କ ପାଇଁ ଏବେବି ବିପଦ ରହିଛି। ଏଭଳି ସ୍ଥିତିରେ ଏୟାରପୋର୍ଟରେ ସ୍ଥିତି ବହୁତ ଚ୍ୟାଲେଞ୍ଜିଂ ରହିଛି। କିନ୍ତୁ ଆମେ ସମସ୍ତେ ଏହାକୁ ସ୍ୱାଭାବିକ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛୁ। କାବୁଲ ଏୟାରପୋର୍ଟ ନିକଟରେ ଭିଡ଼ ଭିତରେ ଜୀବନ ହରାଇଥିବା ସେହି ୭ଜଣ ଆଫଗାନ୍ ନାଗରିକଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା ’
ସୂଚନାଯୋଗ୍ୟ, କାବୁଲରେ ତାଲିବାନର କବଜା କରିବାର ଠିକ୍ ସପ୍ତାହକ ପରେ ରବିବାର ଆଫଗାନିସ୍ତାନର ରାଜଧାନୀ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ବିଶେଷକରି ମନ୍ତ୍ରାଳୟ, ପାସପୋର୍ଟ ବିଭାଗ ଓ ବ୍ୟାଙ୍କ ଭଳି ସରକାରୀ ଓ ପ୍ରାଇଭେଟ୍ କାର୍ଯ୍ୟାଳୟ ବନ୍ଦ ହେବା ଦ୍ୱାରା ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଆମେରିକା ଓ ତା’ର ସହଯୋଗୀ ସପ୍ତାହେ ଧରି ବିପୁଳ ସଂଖ୍ୟାରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସଂଘର୍ଷ ଚଳାଇଛନ୍ତି।
The post କାବୁଲ ଏୟାରପୋର୍ଟ ନିକଟରେ ଦଳଚକଟା, ୭ ମୃତ appeared first on Odisha Reporter.
from Odisha Reporter https://ift.tt/2WeeAuY
No comments:
Post a Comment