ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ୍ ଦରକୁ ନେଇ ଆସିଛି ଆଶ୍ୱସ୍ତି କଲା ଭଳି ଖବର। ଦୀର୍ଘ ୩୫ ଦିନ ପରେ ସ୍ଥିର ରହିଥିବା ପେଟ୍ରୋଲ ଦର ଆଜି ସାମାନ୍ୟ ହ୍ରାସ ପାଇଛି। ରବିବାର ପେଟ୍ରୋଲ୍ ଦର ଲିଟର ପିଛା ୧୫ରୁ ୨୦ ପଇସା କମିଥିବା ବେଳେ ଡିଜେଲ୍ ଦର ୧୮ରୁ ୨୦ ପଇସା ହ୍ରାସ ପାଇଛି। ମାସକ ପରେ ପେଟ୍ରୋଲ ଦର ସାମାନ୍ୟ କମିଥିବାରୁ ଲୋକଙ୍କୁ ଏହା କିଛି ମାତ୍ରାରେ ଆଶ୍ୱସ୍ତି ଦେବ।
ନୂଆ ଦର ଲାଗୁ ହେବା ପରେ ଏବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧.୬୪ ଟଙ୍କା ହୋଇଥିବା ବେଳେ ଡିଜେଲ୍ ଦର ଲିଟର୍ ପିଛା ୮୯.୦୭ ଟଙ୍କା ହୋଇଛି। ସେହିପରି ଭାରତର ଆର୍ଥିକ ପେଣ୍ଠସ୍ଥଳୀ କୁହାଯାଉଥିବା ମୁମ୍ବାଇରେ ଏବେ ପେଟ୍ରୋଲ୍ ଲିଟର୍ ପିଛା ୧୦୭.୬୬ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୯୬.୬୪ ଟଙ୍କା ହୋଇଛି।
ମେ’ ୨୯ ତାରିଖରେ ମୁମ୍ବାଇ ଦେଶର ପ୍ରଥମ ମେଟ୍ରୋ ସିଟି ଭାବେ ପେଟ୍ରୋଲ୍ ଦର ଲିଟର୍ ପିଛା ୧୦୦ ଅତିକ୍ରମ କରିଥିଲା। ସେହିପରି ଆଜି ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପେଟ୍ରୋଲ ଲିଟର୍ ପିଛା ୯୯.୩୨ ଟଙ୍କା ଏବଂ ଡିଜେଲ୍ ଲିଟର୍ ପିଛା ୯୩.୬୬ ଟଙ୍କାରେ ବିକ୍ରି ହେଉଛି। ନିକଟରେ ଡିଏମକେ ସରକାର ପେଟ୍ରୋଲ ଲିଟର୍ ପିଛା ୩ ଟଙ୍କାର ଟିକସ ଛାଡ଼ କରିଥିଲେ। ଅନ୍ୟପକ୍ଷରେ କୋଲକାତାରେ ପେଟ୍ରୋଲ୍ ଲିଟର୍ ପିଛା ୧୦୧.୯୩ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୯୨.୧୩ ଟଙ୍କା ରହିଛି।
ଏହା ପୂର୍ବରୁ ଅଗଷ୍ଟ ୧୮ ଓ ୨୦ ତାରିଖରେ ଡିଜେଲ୍ ଲିଟର୍ ପିଛା ୬୦ ପଇସା କମିଥିଲା। କିନ୍ତୁ ପେଟ୍ରୋଲ ଦର ସ୍ଥିର ରହିଥିଲା। ହେଲେ ଆଜି ଦୀର୍ଘ ୩୫ ଦିନ ପରେ ପେଟ୍ରୋଲ ଦର ୨୦ ପଇସା କମିଛି। ଜୁଲାଇ ୧୭ ତାରିଖରେ ଶେଷଥର ଲାଗି ପେଟ୍ରୋଲ ଦର ଲିଟର୍ ପିଛା ୩୦ ପଇସା ବୃଦ୍ଧି ପାଇଥିଲା। ତେବେ ଏହା ପରଠାରୁ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ସ୍ଥିର ରହିଥିଲା।
The post ୩୫ ଦିନ ପରେ କମିଲା ପେଟ୍ରୋଲ ଦର appeared first on Odisha Reporter.
from Odisha Reporter https://ift.tt/382PJwn
No comments:
Post a Comment