ନୂଆଦିଲ୍ଲୀ: ଦିଲ୍ଲୀ ଯନ୍ତରମନ୍ତର ଠାରେ ସାମ୍ପ୍ରଦାୟିକ ନାରାବାଜି ମାମଲାରେ ୬ ବିଜେପି ନେତା ଗିରଫ। ହେଟ୍ ସ୍ପିଚ୍ ଅଭିଯୋଗରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ୬ ଜଣଙ୍କ ମଧ୍ୟରେ ସେଭ୍ ଇଣ୍ଡିଆ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରୀତ ସିଂହ ମଧ୍ୟ ଅଛନ୍ତି।
ଭାରତ ଛାଡ ଆନ୍ଦୋଳନର ବାର୍ଷିକ ଉତ୍ସବ ଅବସରରେ ଜନ୍ତରମନ୍ତର ନିକଟରେ କିଛି ସଙ୍ଗଠନ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସାମ୍ପ୍ରଦାୟିକା ନାରାବାଜି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ମଧ୍ୟ ଯୋଗ ଦେଇଥିଲେ।
ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଅଶ୍ୱିନୀ ଉପାଧ୍ୟାୟଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଶ୍ୱିନୀ ଉପାଧ୍ୟାୟଙ୍କ ବ୍ୟତୀତ ଦିଲ୍ଲୀ ପୁଲିସ ପ୍ରୀତ ସିଂ, ବିନୋଦ ଶର୍ମା, ଦୀପକ, ଭିନେଟ କାନ୍ତି ଏବଂ ଦୀପକ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ପ୍ରଥମେ ଏମାନଙ୍କୁ ଅଟକ ରଖି କରି ପଚରାଉଚରା କରିଥିଲା ଏବଂ ପରେ ଗିରଫ କରିଥିଲା।
ସୂଚନାଯୋଗ୍ୟ ଯେ, ରବିବାର ଦିନ ଦିଲ୍ଲୀ ଯନ୍ତରମନ୍ତର ଠାରେ ଭାରତ ଯୋଡ ଆନ୍ଦୋଳନ ଦ୍ୱାରା ଆୟୋଜିତ ସଭାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଏହି ସଭାକୁ ପୂର୍ବତନ ବିଜେପି ମୁଖପାତ୍ର ଅଶ୍ୱିନୀ ଉପାଧ୍ୟାୟ ନେତୃତ୍ୱ ନେଇଥିଲେ। ପୁଲିସର ବିନା ଅନୁମତିରେ ଏହି ସଭା କରାଯାଇ ସାଂପ୍ରଦାୟିକ ନାରା ଦିଆଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ସାଂପ୍ରଦାୟିକ ନାରା ଦିଆଯାଉଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ମୁସଲିମ ସଂପ୍ରଦାୟ ବିରୋଧରେ ଏଥିରେ ନାରା ଦିଆଯାଇଥିଲା।
ସେପଟେ ଭାଇରାଲ ଭିଡିଓ ସମ୍ପର୍କରେ କିଛି ଜାଣି ନାହାନ୍ତି ଓ କେବଳ ୫ରୁ ୬ ଜଣ ଏପରି ନାରା ଦେଇଥିବା କହିଛନ୍ତି ଅଶ୍ୱିନୀ ଉପାଧ୍ୟାୟ। ତାଙ୍କର ଏଥିରେ କୌଣସି ସମ୍ପୃକ୍ତି ନାହିଁ। ଭିଡିଓ ଭାଇରାଲ ହେବା ଘଟଣାର ତଦନ୍ତ ପାଇଁ ସେ ଦିଲ୍ଲୀ ପୋଲିସକୁ ଅଭିଯୋଗ କରିଛି। ଯଦି ଭିଡିଓ ପ୍ରାମାଣିକ ତେବେ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।
The post ସାମ୍ପ୍ରଦାୟିକ ନାରା, ୬ ବିଜେପି ନେତା ଗିରଫ appeared first on Odisha Reporter.
from Odisha Reporter https://ift.tt/3lNzxas
No comments:
Post a Comment