୩୫ ବର୍ଷରେ ଅଭିନେତ୍ରୀ ସରନୟାଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 9, 2021

୩୫ ବର୍ଷରେ ଅଭିନେତ୍ରୀ ସରନୟାଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟାଲାମ ଅଭିନେତ୍ରୀ ସରନୟା ଶଶୀଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ସୋମବାର କେରଳର ତ୍ରିବେନ୍ଦ୍ରମରେ ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ବିଭିନ୍ନ ଟେଲିଭିଜନ ଶୋ’ରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିବା ସରନାୟା ଗତ ମେ’ ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିରୁ ସେ ସୁସ୍ଥ ହୋଇଯାଇଥିଲେ। କିନ୍ତୁ କୋଭିଡ୍ ପରେ ତାଙ୍କ ଠାରେ ସ୍ୱାସ୍ଥ୍ୟ ଜନିତ ଅନ୍ୟାନ୍ୟ ଜଟିଳତା ଦେଖାଯାଇଥିଲା। ମିଳିଥିବା ରିପୋର୍ଟ ଅନୁଯାୟୀ, ନିକଟରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସୋଡିୟମ୍ ସ୍ତର ମଧ୍ୟ ହ୍ରାସ ପାଇଯାଇଥିଲା। ସେଥିପାଇଁ କିଛି ଦିନ ତଳେ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତକାଲି ମଧ୍ୟାହ୍ଣରେ ପରଲୋକ ହୋଇଯାଇଥିଲା।

୧୦ ବର୍ଷ ଧରି ସରନାୟା ବ୍ରେନ୍ ଟ୍ୟୁମରରେ ମଧ୍ୟ ପୀଡ଼ିତ ଥିଲେ। ସେଥିପାଇଁ ୧୧ ଥର ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଶେଷ ଥର ପାଇଁ ଗତ ଏପ୍ରିଲ୍ ମାସରେ ତାଙ୍କ ଠାରେ ଅସ୍ତ୍ରୋପଚାର କରାଯାଇଥିଲା। ବ୍ରେନ୍ ଟ୍ୟୁମରର ଚିକିତ୍ସା ଚାଲିଥିବା ବେଳେ ସେ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲେ। ସେଥିପାଇଁ ସେ ତାଙ୍କ ସାଙ୍ଗସାଥୀଙ୍କୁ ସହାୟତା ମାଗିଥିଲେ। ତାଙ୍କ କୋ-ଷ୍ଟାର, ସାଙ୍ଗସାଥୀ ଓ ଶୁଭେଚ୍ଛୁମାନେ ତାଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ।

ଟେଲିଭିଜନ ଧାରାବାହିକ ସହିତ ସେ କିଛି ମାଲାୟାଲାମ ଫିଲ୍ମରେ ମଧ୍ୟ କାମ କରିଥିଲେ।

The post ୩୫ ବର୍ଷରେ ଅଭିନେତ୍ରୀ ସରନୟାଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/3m2NZM7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages