୫ ଦିନ ପାଇଁ ପାର୍କ ମନା, ଜାଣନ୍ତୁ କେଉଁଠି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 25, 2021

୫ ଦିନ ପାଇଁ ପାର୍କ ମନା, ଜାଣନ୍ତୁ କେଉଁଠି?

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କୋଭିଡ ସଂକ୍ରମଣ ତଳମୁହାଁ  ଥିବା ବେଳେ ପ୍ରାୟତଃ ସମସ୍ତ ପାର୍କ, ଧର୍ମାନୁଷ୍ଠାନ ଆଦି ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଲାଣି। ଏପରି ସ୍ଥିତିରେ ବ୍ରହ୍ମପୁର ସହରରେ ଥିବା ରାମଲିଙ୍ଗେଶ୍ୱର ପାର୍କକୁ ୫ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହଜାରେ ତଳେ ରହୁଥିବା ବେଳେ ଗଂଜାମ ଜିଲ୍ଲାରେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ପାଇଁ ବ୍ରହ୍ମପୁର ସହରରେ ଥିବା ରାମଲିଙ୍ଗେଶ୍ୱର ପାର୍କକୁ ସର୍ବସାଧାରଣ ପାଇଁ ବନ୍ଦ କରାଯାଇଛି।  ତେବେ ଏହି ପାର୍କରେ ଟିକାକରଣ କାର୍ଯ୍ୟ ଜାରି ରହିବ ।

ଗତ ୪ ମାସ ଧରି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ପାର୍କରେ ନାଗରିକଙ୍କୁ ଟିକାକରଣ କାର୍ଯ୍ୟ  ଚାଲିଛି।  ଏଥିରେ ସହଯୋଗ କରିବା ପାଇଁ ସମସ୍ତ ସହରବାସୀଙ୍କୁ ଅନୁରୋଧ କରିଛି ପ୍ରଶାସନ ।  ତେବେ ରାମଲିଙ୍ଗମ ପାର୍କରେ ସାଧାରଣ ଲୋକଙ୍କୁ ବୁଲିବାକୁ ଅନୁମତି ନଥିବାବେଳେ ବିଧାୟକଙ୍କ କାଯର୍ୟକ୍ରମ ନେଇ ଗଣମାଧ୍ୟମର ଖବର ଉପରେ ପ୍ରତିକ୍ରିୟା ରଖିଛି ପ୍ରଶାସନ ।

ବ୍ରହ୍ମପୁରର ରାମ ଲିଙ୍ଗେଶ୍ୱର ପାର୍କ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ରାଜ୍ୟର ମନ୍ତ୍ରୀ ଏବଂ ବିଧାୟକ ମାନେ ଗଂଜାମ ଜିଲ୍ଲାକୁ ଏକ୍ସପୋଜର ଭିଜିଟ୍ ପାଇଁ ଆସୁଥିବା ସୂଚନା ଦେଇଛି ପ୍ରଶାସନ ।

The post ୫ ଦିନ ପାଇଁ ପାର୍କ ମନା, ଜାଣନ୍ତୁ କେଉଁଠି? appeared first on Odisha Reporter.



from Odisha Reporter https://ift.tt/3sLUB2H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages