କୁଆଡ଼େ ଗଲେ ବିଜେଡିର ହ୍ୟାଣ୍ଡସମ୍‌ ଷ୍ଟାର୍ ଅନୁଭବ ମହାନ୍ତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 1, 2021

କୁଆଡ଼େ ଗଲେ ବିଜେଡିର ହ୍ୟାଣ୍ଡସମ୍‌ ଷ୍ଟାର୍ ଅନୁଭବ ମହାନ୍ତି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୁଆଡ଼େ ଗଲେ ବିଜେଡିର ହ୍ୟାଣ୍ଡସମ୍‌ ଷ୍ଟାର ଅନୁଭବ ମହାନ୍ତି ? ଦଳରେ କୋଣ ଠେସା ହେଉଛନ୍ତି କି ଅନୁଭବ ? ପାୱାର ହାଇଜାକ୍‌ ପାଇଁ ହେଉଛି କି ଭିତରି ଯୋଜନା ?  କାରଣ ୟଙ୍ଗ ଏବଂ ଆକ୍ଟିଭ ପଲିଟିସିଆନ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଉ ଆଗ ଭଳି ସକ୍ରିୟ ଥିବା ଦେଖିବାକୁ ମିଳୁ ନାହିଁ। ଏସବୁ ଚର୍ଚ୍ଚାର କାରଣ ହେଉଛି କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ‘ଜି.ଆଇ. ଟ୍ୟାଗ୍‌’ ଦାବି ପ୍ରସଙ୍ଗରେ ଅନୁଭବଙ୍କୁ ଦେଖିବାକୁ ମିଳିଲା ନାହିଁ।

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳୀକୁ ‘ଜି.ଆଇ. ଟ୍ୟାଗ୍‌’ ଦେବା ପାଇଁ ଦାବି କରି ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ ସାଂସଦ ମୁନ୍ନା ଖାଁ ଓ ସାଂସଦ ମମତା ମହାନ୍ତ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ପାର୍ଲାମେଣ୍ଟ୍‌ କାର୍ଯ୍ୟାଳୟରେ ଭେଟି ସ୍ମାରକପତ୍ର ଦେଇଛନ୍ତି। କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଦାବି କରିଛନ୍ତି ବିଜେଡିର ଏହି ତିନି ରାଜ୍ୟସଭା ସାଂସଦ ।  ହେଲେ ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ କରୁଥିବା ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳି ନଥିଲା।  କେନ୍ଦ୍ରାପଡ଼ାର ରସାବଳୀକୁ ଜିଆଇ ଟ୍ୟାଗ ମିଳିପାରିଲେ ଏହା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇବାରିବା ସହ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇପାରିବ ବୋଲି କହିଛନ୍ତି ସାଂସଦ ସୁବାସ ସିଂହ।  ହେଲେ କେନ୍ଦ୍ରାପଡ଼ାକୁ ନିଜ କର୍ମଭୂମି ମାନି  ଜିଲ୍ଲା ପ୍ରତି ଜୀବନ ସମର୍ପିତ ବୋଲି ଡେଙ୍ଗୁରା ପିଟୁଥିବା ଅନୁଭବ ଏବାବଦରେ ପୂରା ଚୁପ୍‌ଚାପ୍‌ ଅଛନ୍ତି। ସୋଶାଲ ମିଡିଆରେ ମଧ୍ୟ ଖୁବ୍‌ ଆକ୍ଟିଭ୍‌ ରହୁଥିବା ଅନୁଭବ ଏ ବାବଦରେ ମଧ୍ୟ ତାଙ୍କର କିଛି ଶୋର୍‌ ଶବ୍ଦ ନାହିଁ।

କେନ୍ଦ୍ର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଉଛି।

ବଳଦେବ ଜୀଓ ମନ୍ଦିରରେ ରଥଯାତ୍ରା ପାଇଁ ମୁହଁ ଖୋଲିଥିବା ଅନୁଭବ ରସାବଳୀକୁ ‘ଜି.ଆଇ. ଟ୍ୟାଗ୍‌’ ପ୍ରସଙ୍ଗରେ ନିରବ ରହିବା ଅନେକ କିଛି ଚର୍ଚ୍ଚାକୁ ଇଙ୍ଗିତ କରୁଛି।  କୁହାଯାଉଛି ପତ୍ନୀ ବର୍ଷାଙ୍କ ସହ ପାରିବାରିକ କଳି ବ୍ୟକ୍ତିଗତ ହୋଇଥିଲେ ମଧ୍ୟ ଏହାର ସିଧା ପ୍ରଭାବ ଦଳୀୟ ଇମେଜ୍‌ ଉପରେ ପଡ଼ିଛି। ତେଣୁ ଭାବମୂର୍ତ୍ତିର ଡ୍ୟାମେଜ୍‌ କଣ୍ଟ୍ରୋଲ ପାଇଁ ଅନୁଭବଙ୍କୁ ଧୀର ପାଣି ପଥର କାଟେ ନ୍ୟାୟରେ ତାଙ୍କ ପକ୍ଷଛେଦନ କରାଯାଥିବା ଚର୍ଚ୍ଚା ହେଉଛି। ଏହାରି ଭିତରେ ୟଙ୍ଗ୍ ଏବଂ ସେନ୍‌ସେସନ୍‌ ହିରୋ କୁହାଯାଉଥିବା ଅନୁଭବଙ୍କୁ ଆଉଟ୍‌ କରାଯାଇ ତାଙ୍କ ସ୍ଥାନରେ ଅରିନ୍ଦମ ରୟଙ୍କୁ ଏଣ୍ଟ୍ରି କରାଯାଇ ସାରିଲାଣି। ଏହାର ଉଦାହରଣ ଗତ ବର୍ଷ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଦେଖିବାକୁ ମିଳିଥିଲା। ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଥିଲେ ଅନୁଭବ। ଆଉ ତାଙ୍କ ସ୍ଥାନରେ ଥିଲେ ଅରିନ୍ଦମ। ଖାଲି ସେତିକି ନୁହେଁ  ଗତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଅଞ୍ଚଳରେ ପ୍ରସ୍ତାବିତ ବନ୍ଦର ପାଇଁ ସରଜମିନ ଅନୁଧ୍ୟାନ ବେଳେ ଅନୁଭବଙ୍କୁ ଦେଖିବାକୁ ମିଳିଲା ନାହିଁ। ସେ ଜାଗାରେ 5T ସଚିବ ଭିକେ ପାଣ୍ଡିଆନ୍‌, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀଙ୍କ ସହ ଅନ୍ୟ ଅଫିସିଆଲ ମାନଙ୍କୁ ଦେଖିବାକୁ ମିଳିଲା। ତେବେ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ଏତେ ବଡ଼ ସମ୍ଭାବ୍ୟ ମେଗାପ୍ରକଳ୍ପର କାର୍ଯ୍ୟକ୍ରମରେ ଖୋଦ ନିଜ ଅଞ୍ଚଳର ସାଂସଦଙ୍କ ଅନୁପସ୍ଥିତକୁ ନେଇ ରାଜନୀତିକ ଚର୍ଚ୍ଚା ହୋଇଥିଲା। କେବଳ ସେତିକି ନୁହେଁ ପରେ ପରେ ବିଜେଡି ପକ୍ଷରୁ କଳାହାଣ୍ଡି ଓ ସୁନ୍ଦରଗଡ଼ ଓ ନୂଆପଡ଼ାରେ ଆୟୋଜନ କରାଯାଇଥିବା ବିଶାଳ ସରକାରୀ କାର୍ଯ୍ୟକ୍ରମରେ ଅନୁଭବଙ୍କ ଅନୁପସ୍ଥିତ ଦେଖିବାକୁ ମିଳିଲା। ଯେଉଁଠି ଦଳର ପ୍ରାୟ ୧୨ମନ୍ତ୍ରୀ, ୪୦ ବିଧାୟକ, ବହୁ ଦଳୀୟ ପଦାଧିକାରୀ ଏବଂ ଛାମୁଆ ଯୁବ ନେତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ  ଅନୁଭବଙ୍କ ପତିଆରାକୁ ଦୁର୍ବଳ ପାଇଁ ଏମିତି ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଗୋଟି ଚାଳନା କରାଯାଉଥିବା ରାଜନୀତିକ ମହଲରେ ବେଶ ଚର୍ଚ୍ଚା ହେଉଛି।

The post କୁଆଡ଼େ ଗଲେ ବିଜେଡିର ହ୍ୟାଣ୍ଡସମ୍‌ ଷ୍ଟାର୍ ଅନୁଭବ ମହାନ୍ତି ? appeared first on Odisha Reporter.



from Odisha Reporter https://ift.tt/3flmbhL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages