ମୋହନା (ମିହିର ଜତି): ବାଇକ୍କୁ ପିଟି ଦେଲା ଟ୍ରକ୍। ଚାଲିଗଲା ଜଣଙ୍କ ଜୀବନ। ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ନଳାଘାଟ ନିକଟରେ।
ମୃତ ବ୍ୟକ୍ତିଙ୍କ ନାଁ ସଞ୍ଜୀବ ଶବର। ତାଙ୍କ ଘର ସିଆଳିଲଟି ଗାଁରେ। ସେହିପରି ଆହତଙ୍କ ନାଁ ମୀଖାଏଲ ଶବର। ତାଙ୍କ ଘର ମୋହନା ଥାନା ଅନ୍ତର୍ଗତ କେଚପଙ୍କା ଗାଁରେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତ ମୀଖାଏଲ ଶବର ଶବରଙ୍କୁ ମୋହନା ଡାକ୍ତରଖାନାକୁ ପଠାଇଥିଲା। ତାଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ମୋହନା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।
ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିଛି। ତା’ସହିତ ଟ୍ରକ୍ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।
The post ବାଇକ୍କୁ ପିଟିଲା ଟ୍ରକ୍: ଜଣେ ମୃତ, ଜଣେ ଗୁରୁତର appeared first on Odisha Reporter.
from Odisha Reporter https://ift.tt/2VmvGWT
No comments:
Post a Comment