ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ପାଦେ ଆଗେଇଲା ଭୁବନେଶ୍ବର ଏମ୍ସ। ଭୁବନେଶ୍ୱର ଏମ୍ସରେ ଆରମ୍ଭ ହୋଇଛି ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର।
ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ପକ୍ଷରୁ ଏହି କେନ୍ଦ୍ର ଆରମ୍ଭ କରାଯାଇଛି। ଏହି କେନ୍ଦ୍ରରେ ବିଭିନ୍ନ ପ୍ରକାର ଫଙ୍ଗସ୍ ଉପରେ ଗବେଷଣା କରାଯିବ। ଗବେଷଣା ପାଇଁ ICMR ଆସନ୍ତା ୩ ବର୍ଷ ମଧ୍ୟରେ ଅଢ଼େଇ କୋଟି ଟଙ୍କା ଦେବ।
ଏହାକୁ ପୂର୍ବ ଭାରତର ରେଫରାଲ ସେଣ୍ଟର ଭାବେ ଉପଯୋଗ କରାଯିବ। ବର୍ତ୍ତମାନ ସମୟରେ ଦେଖାଦେଇଥିବା ବିଭିନ୍ନ ପ୍ରକାରର ନୂତନ ଫଙ୍ଗସ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବା ସହ ଏହାର ପ୍ରତିକାର ସଂକ୍ରାନ୍ତରେ ମଧ୍ୟ ଏହି ସେଣ୍ଟର ବେଶ୍ ପ୍ରଭାବଶାଳୀ ହେବ ବୋଲି ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବତମାନବେ।
ଏହି ସେଣ୍ଟରରେ ଗବେଷକଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ଶେଷ ହୋଇଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶିକା।
The post ଆଉ ପାଦେ ଆଗେଇଲା ଭୁବନେଶ୍ୱର ଏମ୍ସ appeared first on Odisha Reporter.
from Odisha Reporter https://ift.tt/3D5AG3t
No comments:
Post a Comment