ତାଲିବାନକୁ ଝଟ୍‌କା, ଆର୍ଥିକ ସହାୟତା ବନ୍ଦ କଲା ଆଇଏମ୍‌ଏଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

ତାଲିବାନକୁ ଝଟ୍‌କା, ଆର୍ଥିକ ସହାୟତା ବନ୍ଦ କଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ: ତାଲିବାନକୁ ଲାଗିଲା ଶକ୍ତ ଝଟ୍‌କା। ଆଫଗାନିସ୍ତାନକୁ ଦଖଲ କରିବା ପରେ ମଧ୍ୟ ତାଲିବାନ ପାଇଁ ଚାରିଆଡୁ ସଙ୍କଟ ଘନେଇବାରେ ଲାଗିଛି। ଯଦିଓ ତାଲିବାନ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଫେରିଛି, ତଥାପି ବର୍ତ୍ତମାନ ତାଲିବାନ ପୁରା କାଙ୍ଗାଳ ହୋଇ ରହିବ। ଆମେରିକା ପରେ ଏବେ ଆଇଏମ୍‌ଏଫ୍‌ ବା ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ତାଲିବାନକୁ ଆର୍ଥିକ ସହାୟତା ଯୋଗାଇବା ଉପରେ ରୋକ୍‌ ଲଗାଇଛି।

ଆଇଏମଏଫ ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରିଥିବା ନେଇ ଘୋଷଣା କରିଛି।  ଏବେ ୪୬୦ ମିଳିୟନ ଆମେରିକୀୟ ଡଲାର ଅର୍ଥାତ ୪୬ କୋଟି ଡଲାର ଟଙ୍କାର ଜରୁରୀକାଳୀନ ବ୍ୟବହାର ଉପରେ ରୋକ ଲଗାଇଛି ଆଇଏମ୍ଏଫ୍।

ଆଇଏମଏଫର ପ୍ରବକ୍ତା ଗେରି ରାଇସ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ କହିଛନ୍ତି, ‘ଯାହା ସବୁବେଳେ ହୋଇଥାଏ, ତାହା ଏବେ ହୋଇଛି , ଆଇଏମଏଫ ସବୁବେଳେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ବିଚାର ମୁତାବକ ପରିଚାଳିତ ହୋଇଥାଏ।’

ସେ ଆହୁରି କହିଛନ୍ତି,  ଏହି ସମୟରେ ଆଫଗାନିସ୍ତାନର ସରକାର ବାବଦରେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ସ୍ପଷ୍ଟତା କମ ରହିଛି। ଏହାର ପରିଣାମ ସ୍ୱରୂପ ଏହି ଦେଶକୁ ଏସଡିଆର କିମ୍ବା ଆଇଏମଏଫ ତରଫରୁ ପୂର୍ବରୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ ହେବାକୁ ଯାଉଛି।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆମେରିକା ସରକାରଙ୍କ ଚାପ ପରେ ଆଇଏମଏଫ ଏଭଳି ନିଷ୍ପତ୍ତି ନେଇଛି। ତାଲିବାନ ନିକଟକୁ କିପରି ଆଇଏମ୍ଏଫ୍ ଭଣ୍ଡାର ପହଞ୍ଚିବନି,  ସେନେଇ ଏପରି ନିଷ୍ପତ୍ତି ନିଆଯାଇଛି।

ଏହା ପୂର୍ବରୁ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ କହିଥିଲେ କି ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଥିଲେ ବି ତାଲିବାନୀଙ୍କ ପାଖରେ ଆଫଗାନର ସମସ୍ତ ନଗଦ ଟଙ୍କା ଓ ସୁନା ଷ୍ଟକ ପହଞ୍ଚି ପାରି ନାହିଁ। ଅନ୍ୟପଟେ ଦ ଆଫଗାନିସ୍ତାନ ବ୍ୟାଙ୍କର ଗଭର୍ଣ୍ଣର ଅଜମଲ ଅହମଦୀ ଟ୍ୱିଟ କରି କହିଛନ୍ତି, ‘ବ୍ୟାଙ୍କ ପାଖରେ ୯ ଅରବ ଡଲାରର ଭଣ୍ଡାର ଥିଲା। ହେଲେ ଏହାର ଅଧିକାଂଶ ଭାଗ ବିଦେଶୀ ବ୍ୟାଙ୍କ ହାତରେ ରହିଛି। ଯାହା ପାଖରେ ତାଲିବାନ ପହଞ୍ଚି ପାରିବ ନାହିଁ।’

ସେପଟେ ମଙ୍ଗଳବାର ଦିନ ଆମେରିକା ଆଫଗାନିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କରେ ଥିବା ୯.୫ ବିଲିୟନ ଡ଼ଲାର ବା ୭୦୬ ବିଲିୟନରୁ ଅଧିକ ଟଙ୍କା ଫ୍ରିଜ୍ କରିଛି। କେବଳ ଏତିକି ନୁହେଁ, ଆଫଗାନିସ୍ତାନକୁ ନଗଦ ଟଙ୍କା ଯୋଗାଣ ଉପରେ ମଧ୍ୟ ଆମେରିକା ରୋକ୍‌ ଲଗାଇଛି।

The post ତାଲିବାନକୁ ଝଟ୍‌କା, ଆର୍ଥିକ ସହାୟତା ବନ୍ଦ କଲା ଆଇଏମ୍‌ଏଫ୍‌ appeared first on Odisha Reporter.



from Odisha Reporter https://ift.tt/3zdrdVa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages