ଆବଶ୍ୟକ ସାମଗ୍ରୀ: କ୍ଷୀର, ଚିନି, ଭିନେଗାର, ଗୁଜରାତି ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କରେଇରେ ୧ ଲିଟର କ୍ଷୀର ଗରମ କରନ୍ତୁ। ଏହା ଗରମ ହେଲେ ସେଥିରେ କିଛି ଭିନେଗାର ମିଶାନ୍ତୁ। ଏହା ଛେନା ଛିଣ୍ଡି ଯିବା ପରେ ଏହାକୁ କିଛି ସମୟ ଫୁଟାଇ ବନ୍ଦ କରନ୍ତୁ। ଛେନାକୁ ଏକ କପଡ଼ାରେ ଛାଣି ପାଣି ନିଗାଡ଼ି ଦିଅନ୍ତୁ। ଏହାପରେ ଏହାକୁ ଆଉ ଥରେ ଭଲ ଭାବେ ଧୋଇ ଦିଅନ୍ତୁ। ପାଣି ନିଗିଡ଼ି ଗଲେ ଛେନାକୁ ଭଲ ଭାବେ ଚକଟି ଦିଅନ୍ତୁ।
ଏହାପରେ ଆଉ ଏକ କରେଇରେ ୧ ଲିଟର କ୍ଷୀର ଗରମ କରି ଭଲ ଭାବେ ଫୁଟାନ୍ତୁ। ଏହା ଅଧାରୁ ଅଧିକ କମି ମଲାଇ ପରି ଗାଢ଼ା ହେବା ପର୍ଯ୍ୟନ୍ତ ଗୋଳାଇ ଚାଲନ୍ତୁ। ଏବେ ସେଥିରେ ଚିନି ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଏହାପରେ ସେଥିରେ ଛେନା, ଗୁଜରାତି ଗୁଣ୍ଡ, ଡ୍ରାଏ ଫ୍ରୁଟସ୍ ପକାଇ ଡ୍ରାଏ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ।
ଗ୍ୟାସ୍ ବନ୍ଦ କରି ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏହାପରେ ହାତରେ ଏହାକୁ ଲଡ଼ୁର ଆକୃତି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ମଲାଇ ଲଡ଼ୁ।
The post ଏଥର ରାକ୍ଷୀରେ ଘରେ ପ୍ରସ୍ତୁତ କରନ୍ତୁ ମଲାଇ ଲଡ଼ୁ appeared first on Odisha Reporter.
from Odisha Reporter https://ift.tt/3kazpzc
No comments:
Post a Comment