ଆଜିଠୁ ଜର୍ଗା ଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 11, 2021

ଆଜିଠୁ ଜର୍ଗା ଦର୍ଶନ

ପୁରୀ(ଓଡ଼ିଶା ରିପୋର୍ଟର):  ଦୀର୍ଘ ୩ ମାସର ବ୍ୟବଧାନ ପରେ  ଆଜି ସକାଳୁ  ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ସେବକ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଛି । ଅଗଷ୍ଟ ୧୬ ତାରିଖରୁ ଜଗାଦର୍ଶନ କରିବେ ପୁରୀ ସହରବାସୀ । ଏହାପରେ ଅଗଷ୍ଟ ୨୩ରୁ ସର୍ବସାଧାରଣ ଦର୍ଶନ କରିପାରିବେ ।

ମହାପ୍ରଭୁଙ୍କ ସାଧାରଣ ଦର୍ଶନ ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ ଏନେଇ ଏସଓପି ଜାରି କରିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ହେଲଥ କାର୍ଡ କିମ୍ବା ଅନ୍ୟ ପରିଚୟପତ୍ର ଦେଖାଇ ମନ୍ଦିର ଭିତରକୁ ଯାଇପାରିବେ ସେବାୟତ ପରିବାର ।

ସେହିପରି ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଓ୍ୱାର୍ଡଓ୍ୱାରୀ ଦର୍ଶନ କରିବେ । ସେମାନଙ୍କୁ ପୁରୀ ପୌରପାଳିକା ପକ୍ଷରୁ ଦିଆଯିବ ସ୍ୱତନ୍ତ୍ର ଚିରକୁଟି । ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରୁକୁଟିରେ ପରିବାରର ୬ ସଦସ୍ୟ ଯାଇ ଦର୍ଶନ କରିବେ । ସେହିପରି ରାଜ୍ୟ ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁ ୯୬ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ନଚେତ୍ ଡବଲ୍ ଡୋଜ୍ କରୋନା ଟୀକା ରିପୋର୍ଟ ଦେଖାଇ ପାରିବେ ।

ମନ୍ଦିରକୁ ପ୍ରବେଶ ଓ ଦର୍ଶନବେଳେ ମାସ୍କ ପରିଧାନ, ସାମାଜିକ ଦୂରତା ଆଦିକୁ କଡ଼ାକଡ଼ି ପାଳନ କରିବାକୁ ଏସ୍ଓପିରେ ଦର୍ଶାଯାଇଛି । ଶ୍ରୀମନ୍ଦିର ଭିତରକୁ କୌଣସି ଶ୍ରଦ୍ଧାଳୁ ଫୁଲ, ତୁଳସୀ, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ । କୌଣସି ପାର୍ଶ୍ୱ ଦେବାଦେବୀ କିମ୍ବା ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ ଶ୍ରଦ୍ଧାଳୁ । ସେହିପରି ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ଭୋଜନକୁ ବାରଣ କରାଯାଇଛି । ଛେପ ପକାଇଲେ ୫୦୦ ଏବଂ ପଲିଥିନ ନେଲେ ୧୦୦ ଟଙ୍କା ଜୋରିମାନା ଦେବାକୁ ବି ପଡିବ ।

ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା ହେବ । ତେବେ ଦର୍ଶନ ସମୟ ରହିଛି ସକାଳ ୭ରୁ ସନ୍ଧ୍ୟା ୭ଟା। ସପ୍ତାହାନ୍ତ ସଟଡାଉନରେ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବାକୁ ଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିବ । ଏପରିକି ଆସନ୍ତା ପର୍ବପର୍ବାଣୀ ସମୟରେ ବି ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଏସ୍ଓପିରେ ଦର୍ଶାଯାଇଛି ।

The post ଆଜିଠୁ ଜର୍ଗା ଦର୍ଶନ appeared first on Odisha Reporter.



from Odisha Reporter https://ift.tt/3yJsYJQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages