ଖୋର୍ଦ୍ଧା (ବଳରାମ ଲେଙ୍କା): ବିଦ୍ୟୁତ୍ ଖୁଣ୍ଟ ପଡ଼ି ଚାଲିଗଲା ଏକ ୪ ବର୍ଷ ଶିଶୁର ଜୀବନ। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଗାଁରେ। ମୃତ ଶିଶୁଟିର ନାଁ ସାଇ ରଞ୍ଜନ ବେହେରା। ତା’ ବାପାଙ୍କ ନାଁ ମନୋରଞ୍ଜନ ବେହେରା।
ବିଦ୍ୟୁତ୍ ବିଭାଗର ଚରମ ଅବହେଳା କାରଣରୁ ଶିଶୁଟିର ଜୀବନ ଚାଲିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, କିଛିଦିନ ତଳେ ବାଘମାରି ବିଦ୍ୟୁତ୍ ସେକ୍ସନ ପକ୍ଷରୁ କେନ୍ଦୁପଲ୍ଲୀ ଗାଁରେ ନୂଆ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଇଥିଲା। କିନ୍ତୁ ଖୁଣ୍ଟ ପୋତି ସେଥିରେ ଢଳେଇ ନ ପକାଇ ବିଦ୍ୟୁତ କର୍ମଚାରୀମାନେ ଚାଲି ଯାଇଥିଲେ। ତା’ସହିତ ଖୁଣ୍ଟ ପୋତିବା ବେଳେ ପାଣି ପାଇପ ଫାଟି ଯାଇଥିଲା। ଆଉ ସେଥିରୁ ପାଣି ବାହାରିବା ଯୋଗୁ ମାଟି ଓଦା ହୋଇଯାଇଥିଲା ଓ ଖୁଣ୍ଟଟି ଦବି ଯାଇଥିଲା।
ଆଜି ସକାଳେ ୪ ବର୍ଷର ସାଇ ରଞ୍ଜନ ସେଠାରେ ଖେଳୁଥିବା ବେଳେ ହଠାତ୍ ବିଦ୍ୟୁତ୍ ଖୁଣ୍ଟଟି ତା’ ଉପରେ ପଡ଼ି ଯାଇଥିଲା। ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ।
The post ଚରମ ଅବହେଳା, ବିଦ୍ୟୁତ୍ ଖୁଣ୍ଟ ପଡ଼ି ୪ ବର୍ଷର ଶିଶୁ ମୃତ appeared first on Odisha Reporter.
from Odisha Reporter https://ift.tt/3zdrt6F
No comments:
Post a Comment