ଶ୍ରୀନଗର: ଏଣିକି ପଥର ଫିଙ୍ଗାଳିଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ। ନା ସରକାରୀ ଚାକିରି ମିଳିବ ନା ସେମାନଙ୍କ ପାସପୋର୍ଟ ଯାଂଚ୍ କରାଯିବ। ଜମ୍ମୁ କାଶ୍ମୀର ସିଆଇଡି ଜାରି କରିଥିବା ସର୍କୁଲାରରେ ରହିଛି ପଥର ପିଙ୍ଗାଳିଙ୍କ ବିରୋଧରେ ଏଭଳି ବଡ ପଦକ୍ଷେପ। ଖାଲି ସେତିକି ନୁହେଁ ପଥର ଫିଙ୍ଗିବା ଭଳି ଗତିବିଧିରେ ସାମିଲ ବ୍ୟକ୍ତିଙ୍କୁ ସିକ୍ୟୁରିଟି କ୍ଲିୟରାନ୍ସ ବି ମିଳିବ ନାହିଁ।
କଶ୍ମୀର ସିଆଇଡିର ଏସଏସପି ଏଭଳି କଡା ସର୍କୁଲାର ଜାରି କରିଛନ୍ତି। ସର୍କୁଲାରରେ ସ୍ପଷ୍ଟ କରାଯାଇଛି ଯେ, ସରକାରୀ ଚାକିରି ଏବଂ ସରକାରୀ ଯୋଜନା ସହ ସଂପୃକ୍ତ ମାମଲାରେ ସୁରକ୍ଷାଗତ ପ୍ରମାଣ ପତ୍ର ପାଇଁ ବ୍ୟକ୍ତି ବିଶେଷଙ୍କ ଏଣିକି କଡା ଯାଂଚ ହେବ। ସଂପୃକ୍ତ ବ୍ୟକ୍ତି ପଥର ଫିଙ୍ଗିବା ଭଳି ଘଟଣାରେ ସାମିଲ ଥିଲେ ତାଙ୍କୁ ସୁରକ୍ଷାଗତ ପ୍ରମାଣ ପତ୍ର ଦିଆଯିବ ନାହିଁ। ଏପରିକି ଆଇନ୍ ଉଲ୍ଲଂଘନ ଏବଂ ଅପରାଧରେ ସଂପୃକ୍ତ ଥିଲେ ବି ସିକ୍ୟୁରିଟି କ୍ଲିୟରାନ୍ସ ବି ମିଳିବ ନାହିଁ ବୋଲି ସର୍କୁଲାରରେ ସ୍ପଷ୍ଟ କରାଯାଇଛି।
ସର୍କୁଲାରରେ ଏହା ବି ସ୍ପଷ୍ଟ କରାଯାଇଛି ଯେ, ପଥର ଫିଙ୍ଗିବା ଭଳି ଗତିବିଧିରେ ଜଡିତ ବ୍ୟକ୍ତି ବିଶେଷଙ୍କ ବାବଦରେ ସ୍ଥାନୀୟ ଥାନାରୁ ରିପୋର୍ଟ ମଗାଯିବ । ସୁରକ୍ଷା ଏଜେନ୍ସି ପାଖରେ ଥିବା ଏଭଳି ବ୍ୟକ୍ତିଙ୍କ ଫଟୋ, ଭିଡିଓ, ସିସିଟିଭି ଫୁଟେଜର ବି ତନ୍ନ ତନ୍ନ କରି ଯାଂଚ କରାଯିବ ବୋଲି ସର୍କୁଲାରରେ ଦର୍ଶାଯାଇଛି।
The post ପଥର ଫିଙ୍ଗାଳିଙ୍କୁ ମିଳିବନି ସରକାରୀ ଚାକିରି appeared first on Odisha Reporter.
from Odisha Reporter https://ift.tt/3A0LmxJ
No comments:
Post a Comment