ଜୟପୁର: ମହଙ୍ଗା ପଡିଲା ଦୁର୍ଗରେ ପତାକା ଉତ୍ତୋଳନ। ବିଜେପି ସାଂସଦଙ୍କୁ ବାନ୍ଧିଲା ପୁଲିସ। ରାଜସ୍ଥାନର ବିଜେପି ସାଂସଦ କିରୋଡି ଲାଲ ମୀନାଙ୍କୁ ପୁଲିସ ଗିରଫ କରିଛି। ସାଂସଦଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ, ପୁଲିସ ଓ ପ୍ରଶାସନ ମନା କରିବା ସତ୍ତ୍ୱେ ନିଜ ସମର୍ଥକଙ୍କ ସହ ସେ ଐତିହାସିକ ଆମାଗଡ ଦୁର୍ଗ ଉପରେ ପତାକା ଉଡାଇଛନ୍ତି। ଦୁର୍ଗ ଉପରେ ପତାକା ଉଡାଇଥିବା ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସାଂସଦ କିରୋଡି ଲାଲ୍।
ସାଂସଦ କିରୋଡି ଲାଲ ରାଜସ୍ଥାନର ମୀନା ସଂପ୍ରଦାୟର। ଆଜି ସକାଳୁ ହଠାତ୍ ଶହ ଶହ ସମର୍ଥକଙ୍କ ସହ ଆମାଗଡ ଦୁର୍ଗ ପରିସରରେ ପହଁଚିଥିଲେ ସାଂସଦ। କଡା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ସେ ଓ ତାଙ୍କ ସମର୍ଥକ ଦୁର୍ଗ ଉପରେ ଚଢିଥିଲେ ଏବଂ ମୀନା ସଂପ୍ରଦାୟର ପତାକା ଉଡାଇଥିଲେ। ଏନେଇ ଭିଡିଓ କରିବା ସହ ଟ୍ୱିଟ୍ କରିଥିଲେ ସାଂସଦ। ପରେ ପୁଲିସ ଘଟଣାସ୍ଥଳରୁ ତାଙ୍କୁ ଅଟକ ରଖିଥିଲା।
ରାଜସ୍ଥାନର ଜୟପୁରରେ ଥିବା ଐତିହାସିକ ଆମାଗଡ ଦୁର୍ଗ ଉପରେ ଲାଗିଥିବା ଗୌରିକ ବାନାକୁ ଶନିବାର ମୀନା ସଂପ୍ରଦାୟର ସଦସ୍ୟ ହଟାଇ ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ଲାଗି ରହିଥିଲା। ଏପରିକି ପୁଲିସ ସହରରେ ଫ୍ଲାଗ ମାର୍ଚ୍ଚ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରିଥିଲା। ଏବଂ ଲୋକଙ୍କୁ ଆମାଗଡ ଦୁର୍ଗ ଯିବାକୁ ବାରଣ କରାଯାଇଥିଲା।
ସେପଟେ ଘଟଣା ଉପରେ ପ୍ରତିକ୍ରିୟା ରଖି ବିଜେପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଛନ୍ତି, ଧର୍ମ ନାଁରେ କଂଗ୍ରେସ ରାଜନୀତି ନକରୁ ଏବଂ ତୁରନ୍ତ ସାଂସଦ ମୀନାଙ୍କୁ ମୁକ୍ତ କରାଯାଉ।
The post ଦୁର୍ଗ ଉପରେ ପତାକା ଉଡାଇ ବନ୍ଧା ହେଲେ ବିଜେପି ସାଂସଦ appeared first on Odisha Reporter.
from Odisha Reporter https://ift.tt/3yl3u52
No comments:
Post a Comment