ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ମାସ ପାଇଁ ଯେଉଁ କୋଭିଡ୍ ଗାଇଡ୍ଲାଇନ୍ ଜାରି କରାଯାଇଛି, ସେଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସଂପୃକ୍ତ ବିଭାଗ ଗୁଡ଼ିକ ନିଷ୍ପତ୍ତି ନେଇ ପାରିବେ ବୋଲି କୁହାଯାଇଛି। ସେଥିପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ୍ ଖୋଲିବ କି ନାହିଁ, ଏବେ ତାକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ ତା’ ଭିତରେ ଏ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସେ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ଖୋଲିବା ସଂପର୍କରେ ବିଭାଗମାନେ ନିଷ୍ପତ୍ତି ନେଇ ପାରିବେ ବୋଲି ଗତକାଲି ଏସ୍ଆର୍ସିଙ୍କ ଗାଇଡ୍ଲାଇନ୍ ଆସିଛି। ଏବେ ଏ ସଂପର୍କରେ ବିସ୍ତୃତ ଭାବେ ବିଭାଗ ପକ୍ଷରୁ ତର୍ଜମା କରାଯିବ। ତା’ପରେ ଯାଇ ନିଷ୍ପତ୍ତି ନିଆଯିବ।
ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଛନ୍ତି, ଦ୍ୱାଦଶ ଓ ଦଶମ ଶ୍ରେଣୀ ଖୋଲା ସରିଛି। ନବମ ଶ୍ରେଣୀ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇସାରିଛି। ଏକାଦଶ ଶ୍ରେଣୀ ପାଇଁ ନାମଲେଖା ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଆଉ ରହିଲା ପ୍ରଥମରୁ ଅଷ୍ଟମ। ଏ ସଂପର୍କରେ ଏସ୍ଆର୍ସିଙ୍କର ଯାହା ପରାମର୍ଶ ବା ନିଷ୍ପତ୍ତି ରହିଛି, ତାକୁ ତର୍ଜମା କରି ବିଭାଗ ନିଷ୍ପତ୍ତି ନେବ।
ସେ କହିଛନ୍ତି, ପିଲାମାନେ ସ୍କୁଲ୍ ଯିବାକୁ ଆଗ୍ରହୀ ଅଛନ୍ତି। ସେଥିପାଇଁ ତ ସେହି ଦୃଷ୍ଟିକୋଣକୁ ବିଚାରକୁ ନେଇ ଏସ୍ଆର୍ସି ଏମିତି ପରାମର୍ଶ ଦେଇଛନ୍ତି।
The post ଖୋଲିବ କି ପ୍ରଥମରୁ ଅଷ୍ଟମ? କ’ଣ କହିଲେ ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3C2ug4z
No comments:
Post a Comment