ମୁମ୍ବାଇ: ବଲିଉଡର ନାମିଦାମୀ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଞ୍ଜରେକରଙ୍କୁ କ୍ୟାନ୍ସର। ସେ ୟୁରିନାରୀ ବ୍ଲାଡର କ୍ୟାନ୍ସରରେ ପୀଡିତ। ନିକଟରେ ହିଁ ତାଙ୍କର ସର୍ଜରୀ ହୋଇଛି। ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ସର୍ଜରୀ କରାଯାଇଛି।
ଇ-ଟାଇମ୍ସର ରିପୋର୍ଟ ମୁତାବକ, ଅଭିନେତାଙ୍କ ସର୍ଜରୀ ସଫଳ ହୋଇଛି। ସେ ଏବେ ସୁସ୍ଥ ଅଛନ୍ତି। ଏଥିସହ ସେ ହସ୍ପିଟାଲରୁ ଡିସାଚାର୍ଜ ହୋଇ ଘରକୁ ମଧ୍ୟ ଫେରିଛନ୍ତି। ମହେଶ ନିଜକୁ ଏବେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି। ସେ ଦୀର୍ଘଦିନ ଧରି ଏହି କର୍କଟ ରୋଗରେ ପୀଡିତ ଥିଲେ। କିନ୍ତୁ ଏବେ ତାଙ୍କ ଅପରେସନ ସଫଳ ହେବା ପରେ ସେ ଏଥିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି।
ସୂଚନା ମୁତାବକ, ବଲିଉଡର ଭର୍ସଟାଇଲ ଅଭିନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହେଶ। ସେ ଏବେ ଫିଲ୍ମ ଅନ୍ତିମ: ଦ ଫାଇନାଲ୍ ଟ୍ରୁଥରେ କାମ କରୁଛନ୍ତି। ଏହା ମରାଠି ଫିଲ୍ମ ମୁଲଶି ଫ୍ୟାଟର୍ଣ୍ଣର ରିମେକ୍। ଏଥିରେ ମହେଶ ଜଣେ ମଦୁଆ ଚରିତ୍ରରେ ନଜର ଆସିବେ। ମହେଶ ମଞ୍ଜରେକରଙ୍କ ବ୍ୟତୀତ ଏହି ଫିଲ୍ମରେ ସଲମାନ ଖାନ, ଆୟୁଶ ଶର୍ମା ଅଛନ୍ତି। ମହେଶ ନିଜେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି।
ୱାଣ୍ଟେଡ୍, ଜିନ୍ଦା, ରନ୍, ଓଏମ୍ଜି: ଓଃ ମାଇ ଗଡ୍, ରେଡି ଭଳି ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ମହେଶ ମଞ୍ଜରେକର। ସେ ବାସ୍ତବ, କୁରୁକ୍ଷେତ୍ର, ବିରୁଦ୍ଧ ଭଳି ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। କେବଳ ହିନ୍ଦୀ ନୁହେଁ ମରାଠି ଫିଲ୍ମ ନଟ୍ ସମ୍ରାଟ, ଫକତ ଲଢ଼ ମହାନା, ମେ ଶିବାଜୀ ପାର୍କ ଏବଂ ଅନ୍ୟ ଫିଲ୍ମରେ ମଧ୍ୟ ମହେଶ କାମ କରିଛନ୍ତି। ସେ ବିଗ୍ ବସ୍ ମରାଠିର ପ୍ରଥମ ସିଜିନ୍ ହୋଷ୍ଟ ମଧ୍ୟ କରିଥିଲେ।
The post ମହେଶ ମଞ୍ଜରେକରଙ୍କୁ କ୍ୟାନ୍ସର, ହେଲା ସର୍ଜରୀ appeared first on Odisha Reporter.
from Odisha Reporter https://ift.tt/3B4yjvT
No comments:
Post a Comment